ବୃଦ୍ଧଙ୍କୁ ତଣ୍ଟି କାଟି ହତ୍ୟା, ଜାଳେଣୀ ସଂଗ୍ରହ ଲାଗି ଜଙ୍ଗଲକୁ ଯାଇଥିଲେ

Published By : Prameya-News7 Bureau | July 04, 2021 IST

କଳାହାଣ୍ଡି ୦୪।୦୭: ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ତଣ୍ଟି କାଟି ହତ୍ୟା । ମୃତକଙ୍କ ନାମ ୫୦ବର୍ଷୀୟ ଡୁମେନ ମାଝୀ ବୋଲି ଜଣାପଡିଛି । କଳାହାଣ୍ଡି ଜିଲ୍ଲା ଥୁଆମୁଳ-ରାମପୁର ଥାନା ପିପଲଭଟ୍ଟା ପଡିଆରୁ ମୃତଦେହ ଠାବ କରାଯାଇଛି ।

ଖବର ଅନୁଯାୟୀ, କୋଷାବରା ଗାଁର ୫୦ବର୍ଷୀୟ ଡୁମେନ ମାଝି ଗାଁ ନିକଟ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିଲେ । ହେଲେ ଆଉ ଫେରିନଥିଲେ । ଜଙ୍ଗଲରେ କେହି ତାଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଛି । ହତ୍ୟା ପରେ ପଡ଼ିଆ ନିକଟରେ ମୃତଦେହ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ତେବେ ହତ୍ୟା ସଂପର୍କରେ ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ଲୋଡ଼ାଯିବ ବୋଲି ସୂଚନା ମିଳିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି । କିଏ ଓ କାହିଁକି ଜଣେ ବୃଦ୍ଧଙ୍କୁ ହତ୍ୟା କରିଛି । ହତ୍ୟା ପଛର କାରଣ କଣ । ଏପରି ଅନେକ ପ୍ରଶ୍ନକୁ ନେଇ ଖୋଲତାଡ଼ କରୁଛି ପୋଲିସ । ଘଟଣାରେ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.