ଘର ସାମ୍ନାରେ ଶୋଇଥିଲେ ନୀଳମଣି, ଧାରୁଆ ଅସ୍ତ୍ରରେ ମୁଣ୍ଡ-ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ !

Published By : Prameya-News7 Bureau | May 19, 2021 IST

କଳାହାଣ୍ଡି ୧୯।୦୫: ଯୁବକଙ୍କ ଗଳକାଟି ହତ୍ୟା ।  ଘର ସାମ୍ନାରେ ଶୋଇଥିବା ବେଳେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ମୃତକ ୩୨ବର୍ଷୀୟ ନୀଳମଣି ଦଣ୍ଡସେନା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ସିମିଲିଭଟ୍ଟା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ନୀଳମଣ ଘର ସାମ୍ନାରେ ଶୋଇଥିଲେ । ତେବେ ଆଜି ସକାଳ ଦେଖିବା ବେଳକୁ କେହି ତାଙ୍କୁ ହତ୍ୟା କରିଦେଇଛି । ଏପିରିକି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଧାରୁଆ ଅସ୍ତ୍ରରେ ମୁଣ୍ଡ ଗଣ୍ଡି ଅଲଗା କରିଦେଇଛନ୍ତି ଦୁର୍ବୃତ୍ତ । ନୀଳମଣିଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ନୀଳମଣିଙ୍କ ସ୍ତ୍ରୀ । ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଏହା ସହିତ ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି । କିଏ ଓ କାହିଁକି ନୀଳମଣିଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରିଛି । ଯଦି ହତ୍ୟା କରିଛି , ତେବେ ହତ୍ୟା ପଛର କାରଣ କଣ । ଏପରି ଅନେକ ପ୍ରଶ୍ନର ଉତ୍ତର ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ପଦାକୁ ଆସିବ ବୋଲି ସ୍ଥାନୀୟ ଲୋକ ଆଶା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.