ସୁଦାମଙ୍କୁ ମାରିଲା କିଏ ? ଗାଁ ମୁଣ୍ଡରେ ପଡିଥିଲା ମୃତଦେହ

Published By : Prameya-News7 Bureau | May 06, 2021 IST

କଳାହାଣ୍ଡି ୦୬।୦୫: ନାବାଳକର ମୃତଦେହ ଠାବ । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ । କଳାହାଣ୍ଡି ଜିଲ୍ଲା ସଦର ଥାନା ସାନଖଇରମାଲ ଗାଁର ଘଟଣା । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଗୁରୁବାର ଦିନ ସାନଖଇରମାଲ ଗାଁରେ ଜଣେ ନାବାଳକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ମୃତକ ୧୭ବର୍ଷୀୟ ସୁଦାମ ଗୌଡ ବୋଲି ଜଣାପଡିଛି । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.