ସାମାନ୍ୟ ବଚସା ହେଲା କାଳ, କାଠିଫାଳିଆରେ ଗଲା ମନୋଜଙ୍କ ଜୀବନ

Published By : Prameya-News7 Bureau | June 10, 2021 IST

ଝାରସୁଗୁଡା ୧୦।୦୬: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । କାଠଫାଳିଆ ମାଡ଼ରେ ଗଲା ଯୁବକଙ୍କ ଜୀବନ । ମୃତକ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଖମାରପଡ଼ାରେ ମନୋଜ ବିଶ୍ୱାଳ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ବୁଧବାର ସଂଧ୍ୟା ସମୟରେ ୨ଜଣ ଯୁବକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା ।  ଏପରିକି ଜଣେ ଯୁବକଙ୍କ କାଠଫାଳିଆ ମାଡ଼ରେ ମନୋଜ ବିଶ୍ୱାଳ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି । ସେପଟେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସର ଛାନ୍‌ଭିନ୍‌ ଆଉ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାରେ କିଛି ସତ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟଲୋକ ଆଶା କରିଛନ୍ତି । ସେହିପରି ଆବଶ୍ୟକ ପଡ଼ିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେବାର ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.