Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝାରସୁଗୁଡ଼ାରେ ଟ୍ରିପଲ ମର୍ଡର, ମା ସହ ଦୁଇ ଶିଶୁଙ୍କୁ ହତ୍ୟା !

22/09/2021 at 11:19 AM

ଝାରସୁଗୁଡ଼ା ୨୨।୦୯: ଝାରସୁଗୁଡ଼ା ବ୍ରଜରାଜନଗରରେ ଟ୍ରିପଲ ମର୍ଡର । ମାଆ ସହ ୨ଶିଶୁଙ୍କ ହତ୍ୟା କରାଯାଇଛି । ମୃତକଙ୍କ ସ୍ୱାମୀ ଏବେବି ଫେରାର୍‌ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ବ୍ରଜରାଜନଗର ଥାନା ଲଜକୁରାପଡ଼ା ଗାଁରେ ନିଜ ପରିବାର ସହ ଜଣେ ବ୍ୟକ୍ତି କରନ୍ତି । ପ୍ରତିଦିନ ପରି ଆଜି କ୍ଷୀର ଦେବାକୁ ଆସିଥିଲେ ଜଣେ ବ୍ୟକ୍ତି । ବହୁ ସମୟ ଧରି ଡାକିବା ପରେ କୌଣସି ଉତ୍ତର ପାଇନଥିଲେ । ଶେଷରେ ଘରେ ୩ଜଣଙ୍କ ମୃତଦେହ ଦେଖି ନିକଟରେ ବସବାସ କରୁଥିବା ଲୋକଙ୍କୁ ଖବର ଦେଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କ ମୃତଦେହକୁ ଜବତ କରିଥିଲା । ମୃତକଙ୍କ ମଧ୍ୟରେ  ମହିଳା ସୋନି ପ୍ରଧାତ ରହିଥିବା ବେଳେ ତାଙ୍କର ୫ବର୍ଷର ଶିଶୁ କନ୍ୟା ଓ ୩ ବର୍ଷର ଶିଶୁ ପୁତ୍ର ରହିଛନ୍ତି ।ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ମୃତ ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି। ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସ ଛାନଭିନ ଜାରି ରଖିଛି ।

   Related Posts