Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||

ଭାଉଜର ପ୍ରେମିକକୁ ହତ୍ୟା କଲା ଦିଅର, ପ୍ରେମିକର ମୃତ ଦେହକୁ ରାତିସାରା ଧରି କନ୍ଦୁଥିଲା ଭାଉଜ, ପୋଲିସ୍ ଆସିବାରୁ…

27/01/2021 at 9:45 AM

ରାଞ୍ଚି, ୨୭/୧: ଝାଡ଼ଖଣ୍ଡର ସରାୟକେଲା ଜିଲ୍ଲା ଅନ୍ତର୍ଗତ କପୀଳି ଥାନା ଅଞ୍ଚଳରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଭାଉଜର ପ୍ରେମିକକୁ ହତ୍ୟା କରି ମୃତଦେହକୁ ନିର୍ଜନ ବୁଦା ଆଡ଼କୁ ଦିଅର ଫିଙ୍ଗି ଦେଇଥିବା ଜଣା ପଡ଼ିଛି । ପ୍ରେମିକର ହତ୍ୟା ପରେ ପ୍ରେମିକା ରାତିସାରା ମୃତଦେହ ପାଖରେ ବସି ରହି କାନ୍ଦୁଥୁବା ଦେଖିବାକୁ ମିଳିଥିଲା । ପର ଦିନ ସକାଳୁ ଏ ସଂକ୍ରନ୍ତରେ ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ୍ ଅଭିଯୁକ୍ତ ବିରୋଧରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଘଟଣା ଅନୁସାରେ ଚାଣ୍ଡିଲ୍ ଅନୁମଣ୍ଡଳ ଗ୍ରମରେ ରହୁଥିବା ବିବାହିତା ମହିଳା ଚିନ୍ତାମଣି ମାଝିଙ୍କର ପାଖ ଗାଁର ସୋମ ମାଝିଙ୍କ ସହ ପ୍ରେମ ସମ୍ୱନ୍ଧ ଥିଲା । ଦୁଇ ଦିନ ପୂର୍ବରୁ ଚିନ୍ତାମଣିଙ୍କ ପ୍ରେମିକ ତାଙ୍କ ଘରକୁ ଆସିଥିଲା । ଏହି ସମୟରେ ଚିନ୍ତାମଣିଙ୍କ ଦିଅର ଲୁଗାଇ ମାଝି ଘରେ ପହଞ୍ଚି ଯାଇଥିଲେ ଏବଂ ତାଙ୍କ ଭାଉଜ ଓ ସୋମ ମାଝିକୁ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିନେଇଥିଲା । ଏହାପରେ ଲୁଗାଇ ସେ ସମୟରେ ଶାନ୍ତ ପଡ଼ି ଯାଇଥିଲା । କିନ୍ତୁ ସେ ସେମ ମାଝିକୁ ମାରିବା ପାଇଁ ଯୋଜନା କରିଥିଲା ।

ମହିଳା ଜଣକ ପୋଲିସ୍ କୁ ଦେଇଥିବା ବୟାନ ଅନୁସାରେ, ଦିଅର ଲୁଗାଇ ମାଝି ତାର ଦୁଇ ସାଙ୍ଗଙ୍କୁ ଡାକି ମହିଳାଙ୍କ ସାମ୍ନାରେ ହିଁ ସୋମ ମାଝିକୁ ଘୋଷାଡ଼ି ବାହାରକୁ ନେଇ ଯାଇଥିଲା । ପଥରରେ ଛେଚି ସୋମକୁ ହତ୍ୟା କରିବା ସହ ତାକୁ ପାଖ ଏକ ବୁଦାକୁ ଫୋପାଡ଼ି ଦେଇଥିଲା । ଏହାପରେ ଅଭିଯୁକ୍ତ ସେଠାରୁ ଫେରାର୍ ହୋଇଯାଇଥିଲା । ତେବେ ଏ ନେଇ ପୋଲିସ୍ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଥିବା ଜଣାପଡ଼ିଛି ।

   Related Posts