Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବନ୍ଧୁ ସାଜିଲା ବଇରୀ : ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ୪୮ଘଣ୍ଟାରେ ଧରାପଡିଲା ଅଭିଯୁକ୍ତ

23/02/2021 at 9:34 AM

ଜୟପୁର ୨୩।୦୨: ବନ୍ଧୁ ସାଜିଲା ହତ୍ୟାକାରୀ । ଜୟପୁରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣାର ଖୁଲାସା କରିଛି ପୋଲିସ । ୪୮ଘଣ୍ଟା ମଧ୍ୟରେ ଅଭିଯୁକୁ କାବୁ କରିଛି ଟାଉନ୍‌ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ମୃତକଙ୍କ ବନ୍ଧୁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ ୨୧ତାରିଖରେ କୁମ୍ଭାରସାହି ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ମୃତ ଯୁବକଙ୍କ ନାମ ଚନ୍ଦ୍ର ପରଜା ବୋଲି ଜଣାପଡିଥିଲା । ତେବେ ପୋଲିସ ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । କିଏ ଓ କାହିଁକି ଚନ୍ଦ୍ରଙ୍କୁ ହତ୍ୟା କରିଛି । ସେନେଇ ଛାନ୍‌ଭିନ୍‌ ଆରମ୍ଭ କରିଥିଲା ପୋଲିସ । ତେବେ ଘଟଣାର ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ହତ୍ୟାକାରୀ ଜଗନ୍ନାଥ ଗାଦବାକୁ ଧରିଲା ପୋଲିସ । ଅଭିଯୁକ୍ତ ଜଗନ୍ନାଥ ଚନ୍ଦ୍ରଙ୍କ ବନ୍ଧୁ ବୋଲି ଜଣାପଡିଛି । ନିଶାଗ୍ରସ୍ତ ଅବସ୍ଥାରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ଯାହାପରେ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ସୂଚନା ରହିଛି ।

   Related Posts