ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ, ଯୁବକଙ୍କୁ ହତ୍ୟା ପରେ ବିଲରେ ପୋତିଦେଲା ସ୍ୱାମୀ

Published By : Prameya-News7 Bureau | September 23, 2021 IST

ଜଳେଶ୍ୱର ୨୩।୦୯: ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ।  ସ୍ତ୍ରୀ ସହିତ ସମ୍ପର୍କ ଥିବାରୁ ଏକ କାତିରେ ଯୁବକକୁ ହତ୍ୟା କରି ବିଲରେ ପୋତିଦେଲେ ସ୍ଵାମୀ ।  ବିଲ ମଝିରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣାରେ ତଦନ୍ତ ମଧ୍ୟ ଜାରି ରଖିଛି ପୋଲିସ । ମହିଳା ସମେତ ୨ଜଣଙ୍କୁ ଅଟକ ରଖିଛି ପୋଲିସ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

{"id":516327,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବଡକଷବା ଗାଁର କାଙ୍ଗାଳି ପାତ୍ର ନାମକ ଜଣେ ଯୁବକ ସହିତ ସେହି ଗ୍ରାମର ରବୀନ୍ଦ୍ର ଜେନାଙ୍କର ସ୍ତ୍ରୀଙ୍କ ସହିତ ପରକିଆ ପ୍ରୀତି ରହିଆସୁଥିଲା । ବୁଧବାର  ରାତିରୁ କାଙ୍ଗାଳି ପାତ୍ର ନିଖୋଜ ଥିଲେ ।  ଗାଁ ଦାଣ୍ଡରେ ରକ୍ତ ଜୁଡୁବୁଡୁ କାତି ପଡିଥିଲା । ହତ୍ୟା ସନ୍ଦେହ କରି ପରିବାର ଲୋକେ ଲିଖିତ ଭାବେ ଥାନାରେ ଅଭିଯୋଗ କରିଥିଲେ ।  

{"id":516328,"sizeSlug":"full","linkDestination":"none"}

ବାଲିଆପାଳ ପୋଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲା । ଏହି ସମୟରେ ଗାଁ ନିକଟସ୍ଥ ଏକ ଧାନ ବିଲ ମଝିରୁ ଯୁବକର ମୃତ ଶରୀର ଉଦ୍ଧାର କରିଥିଲେ ।  ପୋଲିସ ରବୀନ୍ଦ୍ର ଜେନା ଓ ସନ୍ଧ୍ୟା ରାଣୀ ଜେନାକୁ ଅଟକ ରଖି ତଦନ୍ତ ଜାରି ରଖିଛି  ।  ଶରୀର ଗଳା ଛାତିରେ କଟା ଯାଇଥିବାର ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.