ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

Published By : Prameya-News7 Bureau | April 06, 2021 IST

ଜଳେଶ୍ୱର ୦୬।୦୪: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ। ମୃତକ କାଞ୍ଚନ ମଣ୍ଡଲ ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ୱାମୀ ଝାଡେଶ୍ୱର ମଣ୍ଡଲଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ଵରର ସିଙ୍ଗଲା ଥାନା କଷାଫଳ ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, କଷାଫଳ ଗାଁରେ ଗାଁ ଝାଡେଶ୍ଵର ମଣ୍ଡଳ ଓ ତାଙ୍କ ସ୍ତ୍ରୀ କାଞ୍ଚନ ମଣ୍ଡଳଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ଲାଗିଥିଲା। ଧୀରେ ଧୀରେ କଳହ ଉଗ୍ର ରୂପ ନେଇଥିଲା । ଉଭୟଙ୍କ ମଧ୍ୟରେ ବିବାଦ ଶେଷରେ ରକ୍ତପାତ ଆଡକୁ ଗତି କରିଥିଲା । ଉଭୟଙ୍କ କଳରେ ସ୍ୱାମୀ ଉତ୍ୟକ୍ତ ହୋଇ ସ୍ତ୍ରୀ କାଞ୍ଚନଙ୍କୁ ପିଟି ପିଟି ହତ୍ୟା କରିଦେଇଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏହାସହିତ ଅଭିଯୁକ୍ତ ଝାଡେଶ୍ଵର ମଣ୍ଡଳଙ୍କୁ ଅଟକ ରଖି ଛାନ୍‌ଭିନ୍‌ ଜାରି ରଖିଛି । ଆବଶ୍ୟକପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ଲୋଡ଼ାଯିବ ବୋଲି ପୋଲିସ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.