Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପାରିବାରିକ କଳି ନେଇଗଲା ଜୀବନ, ସ୍ୱାମୀର ଶିଳପୁଆ ମାଡ଼ରେ ସ୍ତ୍ରୀ ମୃତ

21/07/2021 at 7:57 AM

ଯାଜପୁର ୨୧।୦୭ :  ଘରୋଇ କଳି ନେଇଗଲା ଜୀବନ । ସ୍ୱାମୀର ଶିଳପୁଆ ମାଡ଼ରେ ସ୍ତ୍ରୀର ମୃତ୍ୟୁ । ମୃତକ ବୀଣାପାଣି ଦାସ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତ ଇଶ୍ୱରପୁର ଗାଁର ଘଟିଛି ଏଭଳି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ଇଶ୍ୱରପୁର ଗାଁର ଅଭିରାମ ଦାସଙ୍କ ପୁଅ ଅରୁଣ ଦାସ ଓ ତାଙ୍କ ପତ୍ନୀ ବୀଣାପାଣି ଦାସଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡ଼ା ଲାଗୁଥିଲା । ପାରିବାରିକ ସମସ୍ୟା ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା । ଏମିତିକି ଚଳିତ ମାସ ୧୩ତିରଖ ଦିନ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଯାହାକୁ ନେଇ ମଙ୍ଗଳପୁର ଥାନା ପୋଲିସ ଅରୁଣଙ୍କୁ ଥାନାରେ ଅଟକ ରଖିଥିଲା । ତେବେ ଅରୁଣ ଥାନାରେ ଲିଖିତ ଭାବେ ସ୍ୱୀକାରୋକ୍ତି ପତ୍ର ଦେବା ପରେ ପୋଲିସ ଛାଡିଥିଲା । ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ପୁଣି ଥରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଯାହାଫଳରେ ଅରୁଣ ନିଜର ହିତାହିତ ଜ୍ଞାନ ହରାଇଥିଲା ଏବଂ ଘରେ ଥିବା ଶିଳପୁଆରେ ପତ୍ନୀ ବୀଣାପାଣିରୁ ମୁଣ୍ଡକୁ ଛେଚି ଦେଇଥିଲା । ଶେଷରେ ଘଟଣାସ୍ଥଳରେ ହିଁ ବୀଣାପାଣିଙ୍କ ମୃତ୍ୟୁ ହୋଇଥିଲା ।

ତେବେ ବୀଣାପାଣିଙ୍କ ମୃତ୍ୟୁ ହୋଇଯିବା ଜାଣି ଅରୁଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଘର ଭିତରେ କବାଟ ବନ୍ଦ କରିଥିଲେ । ପଡୋଶୀ ଘଟଣାସଂପର୍କରେ ସୂଚନା ପାଇ ମଙ୍ଗଳପୁର ଥାନାକୁ ଜଣାଇଥିଲେ । ମଙ୍ଗଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ଅରୁଣ ଦାସଙ୍କୁ କାବୁ କରିଥିଲେ । ଏହାପରେ ଥାନା ଆଣି ପଚରାଉଚରା ଜାରି ରଖିଛନ୍ତି । ସେପଟେ ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।  

   Related Posts