Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ
  • ||

ଘରକୁ ଡାକିନେଲେ, ବାପା-ପୁଅ ମିଶି ପିଟିଲେ ; ଡାକ୍ତରଖାନାରେ ଚାଲିଗଲା ପ୍ରାଣ

28/07/2020 at 1:58 PM

ଜଗତସିଂହପୁର ୨୮।୦୭: ଜଣେ ଦିନ ମଜୁରିଆଙ୍କୁ ତାଙ୍କ ବକେୟା ପାରିଶ୍ରମିକ ଟଙ୍କାର ହିସାବ କରିବାକୁ ଡାକି ନେଇ ମାଡ଼ ମାରି ହତ୍ୟା କରାଯାଇଛି । ହତ୍ୟାକାରୀ ବାପା-ପୁଅଙ୍କୁ ପୁଲିସ ଗିରଫ କରିଛି । ଏଭଳି ଘଟଣା ଘଟିଛି ଜଗତସିଂହପୁର ଥାନା ଅନ୍ତର୍ଗତ ଦେଢ଼ସରଦେଉଳୀ ନୂଆପଡ଼ା ଗ୍ରାମରେ । ମୃତକ ହେଉଛନ୍ତି ନୂଆପଡ଼ାର ବଟକୃଷ୍ଣ ଦାସ(୩୮) । ଦୁଇ ଅଭିଯୁକ୍ତ ବାପା-ପୁଅ ଶରତ ସାମଲ ଓ ପ୍ରଶାନ୍ତ ସାମଲଙ୍କୁ ଜଗତସିଂହପୁର ପୁଲିସ ଗିରଫ କରିଛି । ପ୍ରଥମରୁ ହତ୍ୟା ଉଦ୍ୟମ ଦଫା ଲଗାଇଥିବା ପୁଲିସ ଏବେ ମାମଲାରେ ହତ୍ୟାକାଣ୍ଡ ଦଫା ଯୋଡ଼ି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବଟକୃଷ୍ଣ ଦାସ ଜଣେ ଦିନ ମଜୁରିଆ । ଗତ ୧୭ ତାରିଖ ଦିନ ବଟକୃଷ୍ଣଙ୍କୁ ମଜୁରି ଟଙ୍କାର ହିସାବ କରିବା ପାଇଁ ନିଜ ଘରକୁ ଡାକି ନେଇଥିଲେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ସଅଁରା ଗ୍ରାମର ଶରତ ସାମଲ । ପୂର୍ବରୁ ଶରତଙ୍କ ପୁଅ ପ୍ରଶାନ୍ତଙ୍କ ସହ ବିଲରେ ତଳି ଉପଡ଼ା ଏବଂ ରୁଆ ବେଉଷଣ କାର୍ଯ୍ୟ କରୁଥିଲେ ବଟକୃଷ୍ଣ । ସମ୍ଭବତଃ ମୂଲ ହିସାବ କରି ଟଙ୍କା ଦେବାକୁ ଡାକୁଥିବା ଭାବି ସେଦିନ ବଟକୃଷ୍ଣ ସଅଁରା ଚାଲି ଆସିଥିଲେ । ସେଠାରେ ସଂଘବଦ୍ଧ ଭାବେ ବଟକୃଷ୍ଣଙ୍କୁ ଆକ୍ରମଣ କରାଯାଇଥିଲା । ମାଡ଼ ଖାଇ ଗୁରୁତର ଆହତ ଅବସ୍ଥାରେ ବଟକୃଷ୍ଣ ବଡ଼ କଷ୍ଟରେ ନିଜ ଘରେ ପହଞ୍ଚିଥିଲେ । ସେହି ରାତିରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା । ତାଙ୍କର ସେଠାରେ ମୃତ୍ୟୁ ଘଟିବା ପରେ ପୁଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରାଯାଇଥିବା ଜଗତସିଂହପୁର ଥାନାଧିକାରୀ ରଜନୀକାନ୍ତ ମିଶ୍ର ପ୍ରକାଶ କରିଛନ୍ତି । ପ୍ରଥମେ ମରଣାନ୍ତକ ଆକ୍ରମଣ ନେଇ ଏତଲା ଦେଇଥିଲେ ବଟକୃଷ୍ଣଙ୍କ ପତ୍ନୀ ପ୍ରଭାତୀ ଦାସ ।

ଗଣ୍ଡଗୋଳ ଘଟଣାର ପ୍ରାଥମିକ ତଦନ୍ତ କରିଥିଲେ ଜଗତସିଂହପୁର ପୁଲିସ । ୟପୁଲିସ କହିବାନୁସାରେ, ମଜୁରି ଟଙ୍କାକୁ ନେଇ ପ୍ରଥମେ ବଟକୃଷ୍ଣ ସଅଁରା ଯାଇଥିଲେ । ସେ ସମୟରେ ଶରତଙ୍କ ଘରେ ପୁରୁଷ ଲୋକ କେହି ନଥିଲେ । ଶରତଙ୍କ ଘରର ମହିଳାଙ୍କ ସହ ବଟକୃଷ୍ଣଙ୍କର ଉଚ୍ଚବାଚ ହୋଇଥିଲା । ବଟକୃଷ୍ଣ ସେଠାରୁ ପଳାଇ ଆସିଥିଲେ । ପରେ ଶରତଙ୍କ ପରିବାର ଲୋକେ ଘରକୁ ଫେରି ସମସ୍ତ ଘଟଣା ଜାଣି ବଟକୃଷ୍ଣଙ୍କୁ ମଜୁରି ହିସାବ କରିବାକୁ ଡକାଇ ଆକ୍ରମଣ କରିଥିଲେ। ସମ୍ଭବତଃ ମହିଳାଙ୍କୁ ଆକ୍ଷେପ କରାଯାଇ ଥିବାରୁ ବଟକୃଷ୍ଣଙ୍କୁ ସେଠାରେ ମାଡ଼ ମରାଯାଇଥିବା ପୁଲିସ ସନ୍ଦେହ କରୁଛି ।

   Related Posts