ବାହାଘରର କିଛି ଦିନ ପରେ ଛାଡ଼ି ଚାଲିଗଲା ପତ୍ନୀ, ପ୍ରତିଶୋଧ ନିଆଁରେ ୨୦ ଜଣଙ୍କୁ ହତ୍ୟା କଲା ସ୍ୱାମୀ

Published By : Prameya-News7 Bureau | January 27, 2021 IST

ହାଇଦ୍ରାବାଦ, ୨୭/୧: ବିଶ୍ୱାସନୀୟ ସୂଚନାକୁ ଆଧାର କରି ରାଚାକୋଡ଼ା ପୋଲିସ୍ ମିକର କମିଶନର ଟାସ୍କ ଫୋର୍ସ ସହିତ ମିଶି ଜଣେ ମୋଷ୍ଟ ୱାଣ୍ଟେଡ୍ ସିରିଏଲ୍ କିଲର୍ କୁ ଧରିବାରେ ସକ୍ଷମ ହୋଇଛି । କିଛି ଦିନ ତଳେ ମୁଲୁଗୁ ପୋଲିସ୍ ଷ୍ଟେସନ୍‌ରେ ଏବଂ ଘାଟକେଶର ପୋଲିସ୍ ଷ୍ଟେସନ୍‌ରେ ୨ଟି କେଶ୍ ରୁଜୁ ହୋଇଥିଲା । ଏହି କେସ୍ ର ଛାନ୍ ଭିନ୍ କରିବା ବେଳେ ୨୧ ଟି ମାମଲାରେ ଜଡ଼ିତ ଥିବା ମୌନା ରାମୁଲିକୁ ଧରିବାରେ ପୋଲିସ୍ ସକ୍ଷମ ହୋଇଥିଲା ପୋଲିସ ।

ଏହି ୨୧ ମାମଲା ମଧ୍ୟରୁ ରାମୁଲୁ ସମ୍ପତ୍ତି କାରଣରୁ ୪ ଜଣଙ୍କୁ ହତ୍ୟା କରିଥିଲା ଏବଂ ୧୬ ଜଣଙ୍କୁ ଟଙ୍କା ପାଇଁ ହତ୍ୟା କରିଥିବା ବେଳେ ଜେଲ୍ରୁ ପଳାୟନ କରିବା ଅଭିଯୋଗରେ ଅନ୍ୟ ଗୋଟିଏ ମାମଲା ତା ନାମରେ ରହିଥିଲା । ଜାନୁଆରୀ ୨୦୨୧ରେ ହାଇଦ୍ରାବାଦ ନିବାସୀ କବଲା ଅନାଥୋଆ ଜୁବଲି ଥାନାରେ ତାଙ୍କ ପତ୍ନୀ କାବଲା ୱେକଟମା ୩୦ ଡିସେମ୍ୱରରୁ ହଜି ଯାଇଥିବା ଜଣାଇଥିଲେ । ହାଇଦ୍ରାବାଦ ପୋଲିସ୍ ମାମଲାର ତଦନ୍ତ କରୁଥିଲା । ଏହା ପରେ ୨୦୨୧, ଜାନୁଆରୀ ୪ ତାରିଖରେ ଘାଟକେସର ପୋଲିସ ସ୍ଥାନୀୟ ରେଳ ଲାଇନ୍ ପାଖରୁ ଏହି ମହିଳାଙ୍କର ମୃତଦେହ ଜବତ କରିଥିଲା । ଏହା ରାମୁଲୁ କରିଥିବା ନେଇ ସନ୍ଦେହ କରିଥିଲା ।

ହାଇଦ୍ରାବାଦର ଜଣେ ପୋଲିସ୍ ଅଧିକାରୀ ଏ ନେଇ କହିଛନ୍ତି ଯେ , ତେଲେଙ୍ଗାନାର ସାଣ୍ଡି ରେଡ୍ଡୀ ଜିଲ୍ଲା ଅରୁଟେଲ୍ ଗାଁରେ ରାମୁଲୁ ବାସ କରୁଥିଲା । ତାକୁ ୨୧ ବର୍ଷରେ ତାର ବାହାଘର କରି ଦିଆଯାଇଥିଲା । କିନ୍ତୁ କିଛି ଦିନ ପରେ ତାର ସ୍ତ୍ରୀ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ରହିବାକୁ ଲାଗିଲା । ଏହାକୁ ନେଇ ରାମୁଲୁର ମହିଳାଙ୍କ ପ୍ରତି ଘୃଣା ସୃଷ୍ଚି ହୋଇଥିଲା । ଘୃଣା କାରଣରୁ ସେ ମହିଳାଙ୍କୁ ହତ୍ୟା କରିବା ଆରମ୍ଭ କରିଥିଲା । ୨୦୦୩ ମସିହା ପରଠାରୁ ସେ ମୋଟ ୨୦ ଜଣଙ୍କୁ ହତ୍ୟା କରିଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.