ସଂପର୍କରେ ଲାଗିଲା ରକ୍ତର ଛିଟା : ସାମାନ୍ୟ କଥାକୁ ନେଇ ଭାଇକୁ ହତ୍ୟା କଲା ଭାଇ, ଅଭିଯୁକ୍ତ ଫେରାର
21/12/2020 at 10:12 AM

ହିସାର ୨୧।୧୨: କୁଣ୍ଡଳ ଗାଁରେ ସାମାନ୍ୟ କଥାକୁ ନେଇ ଭାଇ ଖେଳିଲା ରକ୍ତର ହୋଲି । ସାନ ଭାଇ ଜଣଙ୍କ ବଡ଼ ଭାଇକୁ କୁରାଢିର ବାଡ଼ିରେ ପିଟିପିଟି ହତ୍ୟା କରିଛି । ମୃତକଙ୍କ ସ୍ତ୍ରୀ ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଭାଇ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ରହିଛି । ମୃତକ ଜଗସୀର ଏବଂ ତାର ଅଭିଯୁକ୍ତ ଭାଇ ମହବୁବ ବୋଲି ଜଣାପଡିଛି । ଉଭୟ ଏକାଠି ରହୁଥିଲେ ।
ଖବର ଅନୁଯାୟୀ, ଶନିବାର ଦିନ ବିଳମ୍ବିତ ରାତି ପ୍ରାୟ ୧୦.୩୦ରେ ନିଜ ଜଗସୀର ନିଜ ଭାଇ ମହେବୁବକୁ ଘରେ ରଖାଯାଇଥିବା କ୍ରସର ଓ ବାଲିକୁ ମିଶାଇ ବାଥରୁମ କାମ କରିବାକୁ କହିଥିଲେ । ବାସ୍ ଏହି ସାମାନ୍ୟ କଥାକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଉଭୟଙ୍କ ମଧ୍ୟରେ ଲାଗିଥିବା ବିବାଦ ଏତେ ଭୟଙ୍କର ହୋଇଯାଇଥିଲେ ଯେ, ଘରେ ଥିବା କୁରାଢିରୁ ବାଡ଼ିକୁ କାଢି ଜଗସୀରଙ୍କୁ ଆକ୍ରମଣ କରିବାକୁ ଲାଗିଥିଲା ମେହେବୁବ । ଉଭୟଙ୍କ ବିବାଦ ଦେଖି ଘରେ ଉପସ୍ଥିତ ଥିବା ଜଗସୀରଙ୍କ ପତ୍ନୀ ଆସିଥିଲେ, ଏବଂ ବିବାଦକୁ ସମାଧାନ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ତାଙ୍କୁ ଧକ୍କା ମାରି ତଳେ ପକାଇଦେଥିଲେ ।
ସେପଟେ ସାନଭାଇର ଲଗାତର ଭାବେ ବଡ ଭାଇକୁ ଆକ୍ରମଣ କରିବାରେ ଲାଗିଥିଲା । ସାନ ଭାଇର ଆକ୍ରମଣ ବଡ଼ ଭାଇ ଗୁରୁତର ଭାବେ ତଳେ ପଡିରହିଥିଲେ । କିଛି ସମୟ ଧରି ପଡିରହିବା ପରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଅଭିଯୁକ୍ତ ଭାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରିବାର ଲୋକ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କ ମୃତଦେହ ହସ୍ତାନ୍ତର କରିଛି । ଘଟଣାର ଛାନ୍ଭିନ୍ ଜା ରଖିଛି ପୋଲିସ ।