ରାସ୍ତାକଡ଼ରେ ପଡିଛି ମୃତଦେହ, ତଣ୍ଟି କାଟି କରାଯାଇଛି ହତ୍ୟା !

Published By : Prameya-News7 Bureau | April 29, 2021 IST

ଘଟଗାଁ ୨୯।୦୨: ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ମେଲାଣ ଗାଁ ନିକଟସ୍ଥ ରାସ୍ତା କଡରୁ ମିଳିଛି ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ ମେଲାଣ ଗାଁ ନିକଟରେ ଯୁବକଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ତେବେ ଯୁବକଙ୍କ ମୃତଦେହ ଏଠାରେ କିପରି ପଡିଲା , ସେନେଇ ଅନେକ ପ୍ରଶ୍ନ ଉଠିଛି । ଯୁବକଙ୍କୁ ଘରୁ ଡାକି ତଣ୍ଟି କାଟି ହତ୍ୟା କରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି । ପୋଲିସର ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ଯୁବକଙ୍କୁ କିପରି ହତ୍ୟା କରାଗଲା ଏବଂ କଣ ପାଇଁ ହତ୍ୟା କରାଯାଇଛି । ସେନେଇ ଖୋଲ୍‌ତାଡ଼ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.