ତୋଟାରୁ ମିଳିଲା ମହିଳାଙ୍କ ରକ୍ତାକ୍ତ ମୃତଦେହ, ହତ୍ୟାକାରୀ କିଏ ?

Published By : Prameya-News7 Bureau | January 02, 2021 IST

ଗଞ୍ଜାମ ୦୨।୦୧: ତୋଟାରୁ ମିଳିଲା ମହିଳାଙ୍କ ମୃତଦେହ । ମୃତ ମହିଳା ଜଣଙ୍କ ବିଜୟ ଗୌଡଙ୍କ ସ୍ତ୍ରୀ ଲକ୍ଷ୍ମୀ ଗୌଡ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ପୁହୁଣ୍ଡି ଗାଁରେ ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ଶନିବାର ଦିନ ପାତ୍ରପୁର ବ୍ଲକ ଜରଡ଼ା ଥାନା ପୁହୁଣ୍ଡି ଗାଁର ଏକ ତୋଟାରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତୋଟା ଭିତରରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନା ଖେଳିଯାଇଛି । ଘଟଣାସଂପର୍କରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ମହିଳାଙ୍କୁ ଏପରି ବିଭତ୍ସଭାବେ କିଏ ହତ୍ୟା କରିଛି । ସେନେଇ ଖୋଲତାଡ଼ ଜାରି ରହିଛି । ପୋଲିସ ଘଟଣାର ଅଧିକ ଛାନ୍‌ଭିନ୍‌ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି । ଆଭଶ୍ୟପଡିଲେ ଫରେନସିକ୍‌ ଟିମ୍‌କୁ ଘଟଣାସ୍ଥଳକୁ ଡକାଯିବାର ସୂଚନା ରହିଛି । ତେବେ  ମହିଳାଙ୍କ କିଏ ଓ କାହିଁକି ହତ୍ୟା କଲା ? ତାକୁ ନେଇ ପ୍ରଶ୍ମବାଚୀ ସୃଷ୍ଟି କରିଛି । ଯଦି ବି ମହିଳାଙ୍କୁ ହତ୍ୟା କରାଯାଇଛି । ତାହାର ପ୍ରକୃତ କାରଣ କଣ ? ଏପରି ଅନେକ କଥାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.