ଯୁବକଙ୍କୁ ପିଟିପିଟି ମାରିଦେଲେ, ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ

Published By : Prameya-News7 Bureau | January 02, 2021 IST

ଢେଙ୍କାନାଳ ୦୨।୦୧ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଛି । ମୃତକ ବିଜୟ ଗୁରୁ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ଭୁବନ ସୁରପ୍ରତାପପୁରରେ ଘଟିଛି ଘଟଣା । ଘଟଣାସ୍ଥଳରେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ,  ବିଜୟଙ୍କ ଝିଅ ମୋନାଲୀ ଏବଂ ସେହି ଗାଁର  ସରମା ବେହେରାଙ୍କ ଝିଅଙ୍କ ମଧ୍ୟରେ ମାଡ଼ ହୋଇଥିଲେ । ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା । ଆଜି ପୁଣି ଉଭୟଙ୍କ ଯୁକ୍ତିତର୍କ ହେବାରୁ ସରମା ବେହେରାଙ୍କ ପରିବାର  ବିଜୟ ଗୁରୁଙ୍କ ପରିବାର ଉପରେ ମାରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ବିଜୟଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ମୁର୍ମୁଷୁ ଅବସ୍ଥାରେ ପକାଇଦେଇଥିଲେ । ବିଜୟ ଗୁରୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ମଠକରଗୋଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ।  ପରେ ତାଙ୍କୁ  ଅବସ୍ଥା ସଂଙ୍କଟାପନ୍ନ ହେବାରୁ ବିଜୟଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ  ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେହି ଗାଁର ସରମା ବେହେରା ଓ ତାଙ୍କ ଭାଇ ମିଶି ତାଙ୍କ ସ୍ୱାମୀଙ୍କୁ ପିଟି ପିଟି ମାରିଦେଇଥିବା ମୃତ ବିଜୟଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଭୁବନ ପୋଲିସ ଘଟଣାର ଛାନ୍‌ଭିନ୍ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.