ସଂଧ୍ୟାରେ ସାଙ୍ଗମାନଙ୍କ ସହ ବସିଥିଲେ, ସକାଳୁ ପୋଲ ତଳୁ ମିଳିଲା ମୃତଦେହ

Published By : Prameya-News7 Bureau | June 10, 2021 IST

ଢେଙ୍କାନାଳ ୧୦।୦୬: ପୋଲ ତଳେ ଯୁବକଙ୍କ ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ପରିଷଦର ଏକ ପୋଲ ତଳୁ ମୃତଦେହ ଠାବ ହୋଇଛି । ମୃତକ ଦୀପୁ ଦାସ ବୋଲି ଜଣାପଡିଛି । ସେପଟେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ବୁଧବାର ଦିନ ସଂଧ୍ୟା ସମୟରେ କଲୋନୀ ସାହି ରାସ୍ତ କଲଭଟ ଉପରେ କିଛି ସାଙ୍ଗମାନଙ୍କ ସହିତ ଦୀପୁ ବସିଥିବାର ପରିବାର ଲୋକେ ଦେଖିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୀପୁ ନଫେରିବାକୁ , ତାଙ୍କୁ ଖୋଜାଖୋଜି କରାଯାଇଥିଲା , ହେଲେ ଦୀପଙ୍କୁ କୌଣସି ପତ୍ତା ମିଳିନଥିଲା । ଶେଷରେ ଗୁରୁବାର ଦିନ ସକାଳ ସମୟରେ କଲଭଟ ତଳେ ଦୀପ ପଡିଥିବାର ଦେଖି ତାଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ତେବେ ଦୀପୁଙ୍କର ଏପରି ସନ୍ଦେହ ଜନକ ମୃତ୍ୟୁକୁ ପ୍ରଶ୍ନ ଉଠାଇଛନ୍ତି ପରିବାରଲୋକ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଭୁବନ ଥାନାରେ ଏକ ହତ୍ୟା ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.