ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ

Published By : Prameya-News7 Bureau | May 18, 2022 IST

ଦେବଗଡ଼ ୧୮।୦୫ : ସଂପର୍କରେ ଦାଗ । ବୁଝିଲାନି ବାପା ଓ ପୁଅର ସଂପର୍କ । ନିଶାସକ୍ତ ଅବସ୍ଥାରେ ବାପାର କଟୁରି ଚୋଟରେ ପୁଅର ମୃତ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ । ମୃତକ ହେଲେ ଗୋଲବଦନ ପାତ୍ର, ତାଙ୍କ ବୟସ ୩୨ ବର୍ଷ ବୋଲି ଅନୁମାନ କରାଯାଉଛି ।

{"id":630307,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମର ମୁଚି ପାତ୍ର ଓ ତାଙ୍କର ପୁଅ ଗୋଲବଦନ ମଧ୍ୟରେ ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କାରଣରୁ ବଚସା ହୋଇଥିଲା । ତେବେ ନିଶାସକ୍ତ ଅବସ୍ଥାରେ ଥିବା ବାପା ମୁଚି ତାଙ୍କର ପୁଅ ଗୋଲବଦନକୁ ଏକ କଟୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ କଟୁରୀ ଚୋଟରେ ଗୋଲବଦନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବରପାଇ ଦେବଗଡ ଥାନା ପୁଲିସ ଏବଂ ସାଇଣ୍ଟିଫିକ ଟିମ ପଂହଚି ଶବ ଓ ରକ୍ତ ଭିଜା କଟୁରୀ  ଜବତ କରିବା ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବାପା ମୁଚିକୁ ପୁଲିସ ଅଟକ ରଖି ପଚାରାଉଚୁରା ଜାରି ରଖିଛି ।

{"id":630308,"sizeSlug":"full","linkDestination":"none"}

ସେହିପରି ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ତଦନ୍ତକୁ ଜୋରଦାର କରାଯିବ ବୋଲି ସୂଚନା ମିଳିଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.