Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

କ୍ରିମିନାଲ ଓ୍ୱାର୍ : ବିଚ୍ ରାସ୍ତାରେ ପ୍ରତିପକ୍ଷକୁ ଗୁଳି କଲା, ହତ୍ୟା ପରେ ଫଟୋ ଉଠାଇଲା, ତାପରେ ହେଲା ଫେରାର

28/10/2020 at 1:31 PM

ନୂଆଦିଲ୍ଲୀ ୨୮।୧୦: ଦେଶର ରାଜଧାନୀରେ ଅପରାଧୀକ ଘଟଣା ବଢିଚାଲିଛି । ଦିନକୁ ଦିନ ଅପରାଧୀକ ମାମଲା କମିବା ପରିବର୍ତ୍ତେ ଅଧିକ ହେବାରେ ଲାଗିଛି । ବେଧଡ଼କ ଭାବେ ଅପରାଧୀମାନେ ହତ୍ୟାକାଣ୍ଡ ଘଟାଉଛନ୍ତି । ଅତୀତରେ ଦିଲ୍ଲୀର ଦ୍ୱାରିକା ଅଞ୍ଚଳରେ ଏକ ଘଟଣା ଘଟିଥିଲା । ଯାହାକି ନିକଟରେ ଲାଗିଥିବା ସିସିଟିଭିରେ ପୁରା କଏଦ ହୋଇଯାଇଛି । ଭିଡିଓରେ ଜଣେ ଅପରାଧୀ  ଆଉ ଜଣେ ବ୍ୟକ୍ତିଙ୍କ ପଛରେ ଦୌଡୁଥିଲା । ବ୍ୟକ୍ତିଜଣଙ୍କ ତଳେ ପଡିଯିବାର ଦେଖି ତାଙ୍କୁ ଗୁଳି ମାରି ଦେଇଥିଲା । ଲଗାତର ଭାବେ ୨ଟି ଗୁଳି ମାରିଥିଲା ଅପରାଧୀ । ଏହାପରେ ନିଜ ପକେଟରୁ ଏକ ଫୋନ୍‌ ବାହାର କରି ଗୁଳି ମାରିଥିବା ବ୍ୟକ୍ତିର ଫଟୋ ଉତ୍ତୋଳନ କରିଥିଲା । ଭିଡିଓକୁ ଭିତ୍ତି କରି ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି । ଅଭିଯୁକ୍ତ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି ।  

ପୋଲିସ ମୁତାବିକ, ୨ଜଣ ଯାକ ଅପରାଧୀ ଅଟନ୍ତି । ମୃତ ବ୍ୟକ୍ତି ବିକାଶ ଅଞ୍ଚଳର ବୋଲି ଜଣାପଡିଛି । ସେହିପରି ଗୁଳି ମାରିଥିବା ଅପରାଧୀଜଣଙ୍କ କମଳ ଗେହଲତ ବୋଲି ସୂଚନା ରହିଛି । ଦୁଇଜଣଙ୍କ ମଧ୍ୟରେ ଆପୋଷ ବିବାଦ ଲାଗିରହିଥିଲା । ତେବେ ଗୁଳି ମାରିଥିବା ଅପରାଧୀ କମଳ , ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଅଛି । କମଳର ଛାନ୍‌ଭିନ୍‌ କରୁଛି ପୋଲିସ । ସେହିପରି ପୋଲିସ ଅଭିଯୁକ୍ତର ବାପା ପବନଙ୍କୁ ଗିରଫ  କରିଛି ।

ଖବର ଅନୁଯାୟୀ, ଅଭିଯୁକ୍ତ ପବନ ଓ ପୁଅ କମଳ ମିଳିମିଶି ବିକାଶକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲେ । ହତ୍ୟା ପରେ କମଳ ଫେରାର ହୋଇଯାଇଛି । କମଳକୁ ଖୋଜିବା ପାଇଁ ପୋଲିସ ବିଭିନ୍ନ ଟିମ୍ କରିଛି , ଏବଂ ଛାନ୍‌ଭିନ୍‌ ଜାରି ରଖିଛି । ପୋଲିସ ପବନକୁ ଗିରଫ କରିଥିବା ସୂଚନା ମିଳିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ଆସିନାହିଁ । ସେପଟେ ଅଭିଯୁକ୍ତ ପବନକୁ ଲଗାତର ଭାବେ ପଚରାଉଚରା  ଜାରି  ରଖିଛି  ପୋଲିସ ।  ଜେରା ସମୟରେ ଅନ୍ୟ ଘଟଣାସମ୍ପର୍କରେ ପୋଲିସ ଅନେକ ତଥ୍ୟ ମିଳିଛି ।

   Related Posts