Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ପୁଅ ଭୁଲିଗଲା ସଂପର୍କ, ଟଙ୍କା ପାଇଁ ମଦ ନିଶାରେ ମାଆକୁ କଲା ହତ୍ୟା

8/12/2021 at 12:51 PM

ଚଣ୍ଡିଖୋଲ ୦୮।୧୨: ଟଙ୍କା ନିଶା ହେଲା କାଳ । ନିଜ ଜନ୍ମ କଲା ମାଆକୁ ହତ୍ୟା କଲା ପୁଅ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବଡ଼ଚଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବଡ଼ଚଣା ଗାଁର ସ୍ୱର୍ଗତ ଅନନ୍ତ ସାମଲଙ୍କ ପତ୍ନୀ ସୁଷମା ସାମଲ ଘରେ ଥିବା ବେଳେ ବଡ଼ ପୁଅ ରଞ୍ଜନ କୁମାର ସାମଲ ମଦ ପିଇ ଘରକୁ ଫେରିଥିଲା । ବିଧବା ମାକୁ ଟଙ୍କା ମାଗିଥିଲା । କିନ୍ତୁ ଟଙ୍କା ପାଖରେ ନାହିଁ ବୋଲି କହିଥିଲେ ମାଆ । ଏଥିରେ ରାଗିଯାଇଥିଲା ରଞ୍ଜନ । ଏକ ବାଉଁଶ ଆଣି ମା ମୁଣ୍ଡକୁ ଖୁବ୍‌ ଜୋର୍‌ରେ ପିଟି ଦେଇଥିଲା । ଘଟଣାସ୍ଥଳରେ ଥିବା ୨ ସାନ ଭାଇ , ବଡ଼ ଭାଇକୁ କାବୁ କରିବା ସହ ଘରେ ବାନ୍ଧି ଦେଇଥିଲେ । ଏହାପରେ ଗୁରୁତର ଥିବା ମାକୁ ବଡ଼ଚଣା ମେଡିକାଲକୁ ନେଇଥିଲେ । ସେତେବେଳକୁ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ମେଡିକାଲରେ ଡାକ୍ତର ମାଆଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ଖବର ପାଇ ବଡ଼ଚଣା ପୋଲିସ ଘଟଣାସ୍ଥଳର ପହଞ୍ଚି ମୃତଦେହକୁ ଜବତ ପୋଷ୍ଟ ମର୍ଟମ ପାଇଁ ପଠାଇଥିବା ବେଳେ ବଡ଼ ପୁଅ ରଞ୍ଜନ କୁମାର ସାମଲକୁ ଗିରଫ କରିଛି । ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୂର୍ବରୁ ମଧ୍ୟ ରଞ୍ଜନ ଘରକୁ ବାରମ୍ବାର ମଦ୍ୟପାନ କରିକି ଆସୁଥିଲେ । ଏବଂ ପରିବାର ଲୋକଙ୍କୁ ମାର୍‌ପିଟ୍‌ କରୁଥିବା ଅଭିଯୋଗ ହୋଇଛି । ବଡ଼ଚଣା ପୋଲିସ  ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

   Related Posts