Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଜରାସିଂଘାରେ ପାଣି ପାଇଁ ଡବଲ ମର୍ଡର ଘଟଣା , ଅଧିକ ତଥ୍ୟ ସଂଗ୍ରହ ପାଇଁ ପହଞ୍ଚିଲା ସାଇଣ୍ଟିଫିକ୍‌ ଟିମ୍‌

24/01/2021 at 11:08 AM

ବଲାଙ୍ଗୀର ୨୪।୦୧ : ବଲାଙ୍ଗୀର ଜରାସିଂଘା ଗାଁରେ ଡବଲ ମର୍ଡର ଘଟଣା । ମାମଲାରେ ଅଧିକ ଛାନ୍‌ଭିନ୍‌ ପାଇଁ ପହଞ୍ଚିଲା ସାଇଣ୍ଟିଫିକ୍‌ ଟିମ୍ । ମୃତ ଧନମତ ରାଉତଙ୍କ ଘରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଯାଞ୍ଚ କରିବା ସହ ଅଧିକ ତଥ୍ୟ ସଂଗ୍ରହ କରିବ ।

ସେହିପରି  ଶ୍ରୀପତି ମୃତ ଶରୀରକୁ ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି ।  ବଲାଙ୍ଗୀର ଏସ୍‌ଡିପିଓଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଗାଁରେ ପରିସ୍ଥିତି ନିୟନ୍ତ୍ରଣ ରହିଥିବା ବେଳେ ସୁରକ୍ଷା ପାଇଁ ୧ ପ୍ଲାଟୁନ ପୋଲିସ ଫୋର୍ସ  ମୁତୟନ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀମାନେ ଗାଁରେ ଅନେକ ଲୋକଙ୍କ ପଚରଉଚରା ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଶନିବାର ସଂଧ୍ୟାରେ ମୁଗ କ୍ଷେତକୁ ପାଣି ମଡ଼ାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା ।   ଶ୍ରୀପତି ଭେସ୍ରା ଓ ଧନମତ ରାଉତ ମଧ୍ୟରେ ପାଣି କଟା କୁ ନେଇ ପାଟି ତୁଣ୍ଡରୁ ଆରମ୍ଭ  ହେଲା କଳି।  ଉଭୟ ଙ୍କ ମଧ୍ୟରେ ମାରପିଟ୍ ଲାଗିଗଲା। ହଠାତ୍  ଶ୍ରୀପତି  ଭେସ୍ରା ହାତରେ ଧରିଥିବା ଏକ ଟାଙ୍ଗିଆ ରେ ଧନମତ ରାଉତ କୁ ଆକ୍ରମଣ କରିଥିଲା।

ପାଲଟା ଆକ୍ରମଣ କରିଥିଲା ଧନମତ । ଘଟଣାସ୍ଥଳରେ ଉପସ୍ଥିତ ଥିବା କର୍ମ ସୁନା ଓ ବ୍ରାମହା ସୁନା ସେମାନଙ୍କୁ ଅଟକାଇବାକୁ ଯାଇଥିବା ବେଳେ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ଶ୍ରୀପତି ଓ ଧନମତଙ୍କ ମୃତ୍ୟୁ ଘଟିଥିବା ବେଳେ କର୍ମ  ଓ ବ୍ରାମହା  ଗୁରୁତର ହୋଇଥିଲେ। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି  । ତେବେ ଘଟଣାରେ ଏବେବି ୫ ଜଣକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ l ଦେଓଗାଁ, ବଲାଙ୍ଗୀର ଆଦର୍ଶ ଥାନାର ଉଭୟ ଟିମ୍ ଘଟଣାର ଛlନଭିନ କରୁଛନ୍ତି ।

   Related Posts