Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ରାଜଧାନୀରେ ଚାଞ୍ଚଲ୍ୟ : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ଅନର କିଲିଂ ସନ୍ଦେହ

28/07/2020 at 12:09 PM

ଭୁବନେଶ୍ୱର ୨୮।୦୭: ରାଜଧାନୀ ଭୁବନେଶ୍ବରରେ ନାବାଳିକାକୁ ହତ୍ୟା ଅଭିଯୋଗ । ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ହାଉସିଂବୋର୍ଡ କଲୋନିରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଟାଙ୍ଗି ଦିଆଯାଇଥିବା ଭଳି ସଂଗୀନ ଅଭିଯୋଗ ଆସିଛି । ପୁଲିସ ହତ୍ୟା ମାମଲା ରୁଜୁକରି ନାବାଳିକାଙ୍କ ପ୍ରେମିକକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।ଡୁମୁଡୁମା ହାଉସିଂବୋର୍ଡରେ ଭଡ଼ାରେ ରୁହନ୍ତି ନାବାଳିକାଙ୍କ ପରିବାର ।

ନାବାଳିକାଙ୍କ ମା’ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତକାଲି ରାତି ସାଢ଼େ ୧୦ଟାରେ ସପରିବାର ଖାଇପିଇ ଶୋଇଥିଲେ । ରାତି ସାଢ଼େ ୧୨ଟାବେଳେ ବଡ଼ଝିଅ ଉଠି ଦେଖିବା ବେଳକୁ ସାନ ଭଉଣୀ ପାଖରେ ନଥିଲା । ସେ ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଖୋଜାଖୋଜି କରି ଦେଖିବା ବେଳକୁ ଘରର ପଛପଟରେ ଥିବା ଏକ ପିଜୁଳି ଗଛ ଡାଳରେ ତାଙ୍କ ମୃତଦେହ ଝୁଲୁଥିଲା । ତାଙ୍କ ହାତଗୋଡ଼ ବନ୍ଧା ଯାଇଥିବା ବେଳେ ମୁହଁରେ କପଡ଼ା ଦିଆଯାଇଥିଲା ।

କିଛି ଦୂରରେ ତାଙ୍କ ମୁଣ୍ଡ କ୍ଲିପ୍  ଓ ଚପଲ ପଡ଼ିଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ମୃତଦେହକୁ ଗଛରୁ ଉଦ୍ଧାର କରିଥିଲେ । ଏନେଇ ସେମାନେ ଖଣ୍ଡଗିରି ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଥିଲା । ନାବାଳିକା ବାପାଙ୍କ କହିବା ଅନୁଯାୟୀ, ତାଙ୍କ ଝିଅ ପୋଖରୀପୁଟ ଅଞ୍ଚଳର ଜଣେ ଯୁବକ ତାଙ୍କୁ ପ୍ରେମ କରୁଥିଲେ । ଗତକାଲି ରାତିରେ ଉକ୍ତ ଯୁବକ ଜଣଙ୍କ ଡୁମୁଡୁମାର ଜଣେ ଯୁବକ ସହ ମିଶି ତାଙ୍କ ଘର ନିକଟରେ ଏପଟ ସେପଟ ହେଉଥିଲା । 

ନାବାଳିକାଙ୍କ ମୃତ୍ୟୁ ପରେ ଉକ୍ତ ଯୁବକ ଜଣଙ୍କ ତାଙ୍କ ଘର ନିକଟରେ ଏପଟ ସେପଟ ହେଉଥିଲା । ସ୍ଥାନୀୟ ଲୋକେ ଦେଖି ଉକ୍ତ ଯୁବକକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ । ପରେ ତାକୁ ଖଣ୍ଡଗିରି ଥାନା ପୁଲିସ ଜିମା ଦେଇଥିଲେ । ଉକ୍ତ ଯୁବକ ଡୁମୁଡୁମାର ଯୁବକ ସହିତ ମିଶି ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୁଲିସ ଏକ ହତ୍ୟା ମାମଲା ରୁଜୁକରି ସଂପୃକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ନ୍ୟପଟେ ନାବାଳିକାଙ୍କ ହାତ ଓ ଗୋଡ଼ ତାଙ୍କ ବାପାଙ୍କ ଗାମୁଛାରେ ବନ୍ଧା ଯାଇଥିବରୁ ଏହା ଏକ ଅନରକିଲିଂ ହୋଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।

   Related Posts