Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ରାଜଧାନୀରେ ମହିଳାଙ୍କୁ ହତ୍ୟା, ବନ୍ଦ ଘରୁ ମିଳିଲା ମୃତଦେହ

5/07/2021 at 2:08 PM

ଭୁବନେଶ୍ୱର ୦୫।୦୭: ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ମହିଳାଙ୍କୁ ଘର ଭିତରେ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ଭୁବନେଶ୍ୱର ଭୀମଟାଙ୍ଗି ଫେଜ୍‌-୧ରେ ଘଟିଛି ହତ୍ୟାକାଣ୍ଡ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଭୁବନେଶ୍ବର ଭୀମଟାଙ୍ଗି ତାରିଣୀ ମନ୍ଦିର ନିକଟରେ ଭଡ଼ା ଘରେ ରହୁଥିଲେ ମହିଳା । ସୋମବାର ଦିନ ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଥିଲା। ତେବେ ସେହି ଘର ଭିତରୁ ଜଣେ ପୁରୁଷଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କୁ ଚିହ୍ନଟ କରିଛନ୍ତି ତାଙ୍କ ସ୍ୱାମୀ । ତେବେ କିଏ କାହିଁକି ହତ୍ୟା କରିଛି । ସେନେଇ ତନାଘନା ଜାରି ରହିଛି । ସେପଟେ ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

   Related Posts