Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ବରରେ ଅଭାବନୀୟ ଘଟଣା, ମାଆକୁ ଲୁହା ରଡ଼ରେ ପିଟି ପିଟି ହତ୍ୟା କଲେ ୨ନାବାଳକ ପୁଅ

17/09/2020 at 12:24 PM

ଭୁବନେଶ୍ୱର ୧୭।୦୯: ଭୁବନେଶ୍ବରରେ ଅଭାବନୀୟ କାଣ୍ଡ । ନିଜ ମାଆକୁ ହତ୍ୟା କଲେ ୨ନାବାଳକ ପୁଅ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳର ଘଟିଛି ଘଟଣା । ଅର୍ଚ୍ଚିତ ଆପାର୍ଟମେଣ୍ଟରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ନିଜ ମାଆକୁ ୨ନାବାଳକ ପୁଅ ହତ୍ୟା କରିଛନ୍ତି । ମୃତ ମହିଳାଙ୍କ ନାଁ ବିନୋଦିନୀ ମିଶ୍ର । ତାଙ୍କ ସ୍ବାମୀ ରାଉରକେଲାରେ ଚାକିରୀ କରନ୍ତି । ଭୁବନେଶ୍ବରରେ ମାଆଙ୍କ ପାଖରେ ଦୁଇ ପୁଅ ରହୁଥିଲେ । ଜଣେ ପୁଅର ବୟସ ୧୨ବର୍ଷ ଏବଂ ଅନ୍ୟ ଜଣଙ୍କ ବୟସ ୧୫ବର୍ଷ ।

ସୂଚନାନୁସାରେ ବିନୋଦିନି ଙ୍କର ପରକୀୟ ପ୍ରୀତି ରହିଛି । ଏହା ସହ ଘରେ ମଦ୍ୟ ପାନ କରି ନିଜ ପୁଅଙ୍କୁ ବାଡା ବାଡି କରନ୍ତି । ଗତ କାଲି ରାତି ରେ କୌଣସି କାରଣ କୁ ନେଇ ଦୁଇ ପୁଅ ଓ ମା ଙ୍କ ଭିତରେ ବଚସା ହୋଇଥିଲା । ଏହାପରେ ହାତା ହାତୀ ହେବା ସମୟ ରେ ମା କୁ ଲୁହା ରଡ଼ ରେ ବାଡେଇ ମୁଣ୍ଡ କୁ ଆକ୍ରମଣ କରିଥିଲେ । ମହିଳା ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଅଚେତ ହେବାରୁ ପଡିସା ଘରକୁ ଫୋନ କରି  ମେଡିକାଲ ନେବାକୁ ଦୁଇ ପୁଅ କହିଥିଲେ । ହେଲେ ପଡିଶା ଘର ଲୋକ ଆସିଲା ବେଳକୁ ମା ମୃତ୍ୟୁ ବରଣ କରି ସାରିଥିଲା । ପରେ ପୋଲିସ କୁ ଖବର ଦେବା ପରେ ଦୁଇ ପୁଅ କୁ ଥାନା ରେ ଅଟକ ରଖି ପଚରା ଉଚୁରା କରାଯାଉଛି । ମହିଳାଙ୍କ ଶବ ବ୍ୟବଛେଦ ପାଇଁ ଶବ  କୁ ମେଡିକାଲ ପଠା ଯାଇଛି।ସେପଟେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

   Related Posts