Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ , ସ୍ତ୍ରୀ ଆସିବା ପୂର୍ବରୁ ପୋଡିଦେଲେ ମୃତଦେହ

25/10/2020 at 10:38 AM

ଭଞ୍ଜନଗର ୨୫।୧୦: ବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ବାବୁ ତାରିଣୀଙ୍କ ସାନ ପୁଅ ଲକ୍ଷ୍ମଣ ତାରିଣୀ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ହରିପୁର ଗାଁର ଘଟଣା । ଗତ ୨୦ ତାରିଖ ଦିନ ବିଳମ୍ବିତ ରାତିରେ ଲକ୍ଷଣଙ୍କ ମୃତ୍ୟୁ ହୋଇଛି

ଖବର ଅନୁଯାୟୀ, ଲକ୍ଷଣ ଆସିକା ଥାନା ବଡ଼ଖୋଲି ଗାଁର ଅଭିମନ୍ୟୁ ସ୍ୱାଇଁଙ୍କ ସାନ ଝିଅ କନକଙ୍କୁ ଦେଢ଼ ବର୍ଷ ତଳେ ବିବାହ କରିଥିଲେ। କନକଙ୍କ ଶ୍ୱଶୁର ଘର ଲକେ ସଦା ସର୍ବଦା ଅଶାନ୍ତି ମଧ୍ୟରେ ଗତି କରୁଥିବାରୁ କନକ ଦେଢ଼ ମାସ ହେଲା ଆସି ବାପଘରେ ରହୁଥିଲେ ।

ତେବେ ୨୦ତାରିଖ ରାତି ୨ଟାରେ କନକର ଦେଢଶୁର ଫୋନ କରିଜଣାଇଲେ ଯେ, ତୁମ ସ୍ୱାମୀ ଲକ୍ଷଣ କଣ ଖାଇ ଛଟପଟ ହେଉଛନ୍ତି । ଏହା ଶୁଣି କନକଙ୍କ ପରିବାର ଲୋକେ ପହଞ୍ଚିଥିଲେ । କିନ୍ତୁ  ଲକ୍ଷଣଙ୍କ ମୃତଦେହକୁ ତରବରିଆ ଭାବରେ ଶବ ଦାହ କରିବାକୁ ନେଇଗଲେ । ସ୍ତ୍ରୀ କନକ ବାରଣ କରିଥିଲେ ମଧ୍ୟ ଶ୍ୱଶୁର ଏବଂ ଦେଢଶୁର ନ ଶୁଣି ଶବ ସତ୍କାର କରିଦେଇଥିଲେ ।

କନକଙ୍କ ସ୍ୱାମୀ ଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଲା । ଏପଟେ ପୋଲିସକୁ ଖବର ଦେବା ଭୟରେ ଶାଶୁ, ଶଶୁର,ଓ ଦେଢ଼ଶୁର କନକଙ୍କୁ ଘରୁ ବାହାରକୁ ଛାଡୁ ନଥିଲେ । ତେବେ କନକଙ୍କ ଭାଇ ବଡ଼ଗଡ଼ ଥାନାରେ ଅଭିଯୋଗ କଲା ପରେ ପୋଲିସ ହରିପୁର ଗାଁକୁ ଯାଇ କନକଙ୍କୁ ଉଦ୍ଧାର କରିଥିଲା ।  

ଏହାପରେ କନକଙ୍କ ଥାନାରେ ଅଭିଯୋଗ ଭିତ୍ତିରେ ବଡ଼ଗଡ଼ ପୋଲିସ ଓ ଆସିକା sdpo ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛନ୍ତି । ଶବ ଦାହ କରିଥିବା ବ୍ୟକ୍ତି ମାନେ ଗାଁର ନୁହଁନ୍ତି । ସ୍ତ୍ରୀର ଅନୁପସ୍ଥିତରେ ଶ୍ୱଶୁର ଏବଂ ଦେଢ଼ଶୁର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି କନକ । କିନ୍ତୁ ବର୍ତମାନ ଶବ ପୋଡି ପାଉଁଶ ହୋଇଯାଇଛି । ଯଦି ଲକ୍ଷ୍ମଣଙ୍କୁ ହତ୍ୟା କରାଯାଇଛି , ତେବେ ଏହା ପଛର କାରଣ କଣ ? ସେପଟେ କନକଙ୍କ ଏବେ ୫ମାସର ଗର୍ଭବତୀ ଅଛନ୍ତି । ତାଙ୍କ ଛୁଆ ଜନ୍ମ ହେବା ପୂର୍ବରୁ, ସେ ବାପ ଛେଉଣ୍ଡ ହୋଇଗଲା ବୋଲି ସେ କହୁଛନ୍ତି । ତେଣୁ ସେ ନ୍ୟାୟ ଦାବି କରିଛନ୍ତି ।

   Related Posts