ରାତିରୁ ନିଖୋଜ ଥିଲେ ବିବାହିତ ମହିଳା, ସକାଳୁ ଗାଁ ନିକଟରୁ ଠାବ ହେଲା ମୃତଦେହ ; ଗଳାକାଟି ହତ୍ୟା କରିଛି କିଏ ?

Published By : Prameya-News7 Bureau | January 12, 2021 IST

ଭଦ୍ରକ ୧୨।୦୧: ବିବାହିତ ମହିଳାଙ୍କୁ ଗଳକାଟି ବିଭତ୍ସ ହତ୍ୟା । ମୃତକ ରାଧାରାଣୀ ମହାନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖୀ ଥାନା ରହଣିଆ ପଞ୍ଚାୟତ ନୂଆପୋକାରୀ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

{"id":390847,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ସୋମବାର ବିଳମ୍ବିତା ରାତିରେ ରାଧାରାଣୀ ଗାଁରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜା ଖୋଜି ପରେ ମଧ୍ୟ କୌଣସି ସୂଚନା ମିଳିଥିଲା । ଶେଷରେ ମଙ୍ଗଳବାର ଦିନ ସକାଳ ସମୟରେ ଗାଁ ପାଖରେ ଥିବା ଏକ ରାସ୍ତାକଡରେ ତାଙ୍କ ମୃତଦେହ ପଡିଥିବାର ଗ୍ରାମବାସୀମାନେ ଦେଖିଥିଲେ । ତୁରନ୍ତ ଏନେଇ ପୋଲିସକୁ ଜମାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପୋଷ୍ଟ ମର୍ଟମ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ଘଟଣାରେ କିଛି ତଥ୍ୟ ମିଳିବ ବୋଲି ଆଶା କରିଛି ପୋଲିସ ।

{"id":390848,"sizeSlug":"large","linkDestination":"none"}

ସେପଟେ ମହିଳା ସ୍ୱାମୀ ନାରଣ ମହାନ୍ତି ଘଟଣା ପରଠାରୁ ଫେରାର ଅଛନ୍ତି । ମହିଳାଜଣଙ୍କ ୬ବର୍ଷ ତଳେ ନାରଣଙ୍କୁ ବିବାହ କରିଥିଲେ , ଏବଂ ତାଙ୍କର ୫ବର୍ଷର ଗୋଟିଏ ଝିଅ ମଧ୍ୟ ରହିଛି । ତେବେ ମହିଳାଙ୍କୁ କେଉଁ କାରଣରୁ ଏପରି ବିଭତ୍ସ ହତ୍ୟା କରାଯାଇଛି । ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରୁ ତଥ୍ୟ ସଂଗ୍ରହ କରିବାରେ ଲାଗିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯିବାର ସୂଚନା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.