Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପରକିୟା ପ୍ରୀତି ସନ୍ଦେହ, କୁରାଢୀରେ ସ୍ତ୍ରୀ ମୁଣ୍ଡକୁ ଛେଚି ହତ୍ୟା କଲା ସ୍ୱାମୀ

24/07/2021 at 12:19 PM

ଭଦ୍ରକ ୨୪।୦୭  : ଧାରୁଆ ମାରଣାସ୍ତ୍ରରେ ମହିଳାଙ୍କୁ ପିଟି ପିଟି ହତ୍ୟା । କୁରାଢ଼ୀରେ ଅତି ନୃଶଂସ ଭାବେ ମହିଳାଙ୍କ ମୁଣ୍ଡକୁ ଛେଚି ହତ୍ୟା ।  ମୃତ ମହିଳା ଜଣଙ୍କ ହେଲେ ଛବିଲତା ସାହୁ । ପରକିୟା ପ୍ରୀତି ସନ୍ଦେହରେ ସ୍ୱାମୀ ଏଭଳି ଅମାନୁଷିକ ଭାବେ ସ୍ତ୍ରୀକୁ ମାରିଥିବା ସନ୍ଦେହ କରାଯାଉଛି ।ପୋଲିସ ପହଞ୍ଚି ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ,  ଭଦ୍ରକ ଗ୍ରାମାଞ୍ଚଳ ଥାନା କାଉପୁର ପଞ୍ଚାୟତ ଏଡାଦେଇ ଗାଁର ଗୋବିନ୍ଦ ସାହୁ ଓ ତାଙ୍କ ସ୍ତ୍ରୀ  ଛବି ଲତା ଏକାକୀ ରହୁଥିଲେ ।  ତାଙ୍କର ଦୁଇ ପୁଅ ବାହାର ରାଜ୍ୟରେ ଘରୋଇ କମ୍ପାନୀ ରେ ରହି କାମ କରୁଛନ୍ତି । କିନ୍ତୁ ଶୁକ୍ରବାର ରାତିରେ କୌଣସି ଘଟଣାକୁ ନେଇ ଉଭୟ ସ୍ୱାମୀ -ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲା । ଏହାପରେ ସ୍ୱାମୀ କୁରାଢ଼ୀରେ ସ୍ତ୍ରୀର ମୁଣ୍ଡକୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି ।  ସ୍ତ୍ରୀର ମୃତ ଶରୀର ଘର ଭିତରେ ପଡ଼ିଥିବା ବେଳେ ପରକିୟା ପ୍ରୀତି ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।  ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପୋଲିସ ତଦନ୍ତ ପରେ ଏହି ଅମାନୁଷିକ ହତ୍ୟା ଘଟଣାର ସ୍ପଷ୍ଟ ସୂଚନା ଆସିବ ବୋଲି ଆଶା କରାଯାଉଛି ।

   Related Posts