ସଂପର୍କ ଭୁଲିଗଲା ବାପା, ସାମାନ୍ୟ ଝଗଡ଼ାରୁ ନେଇଗଲା ଭେଣ୍ଡିଆ ପୁଅର ଜୀବନ

Published By : Prameya-News7 Bureau | July 19, 2021 IST

ବେତନଟୀ ୧୯।୦୭: ପାରିବାରିକ କଳହର କରୁଣ ପରିଣତି । ବାପାର ବାର୍ଷି ଚୋଟରେ ପୁଅର ମୃତ୍ୟୁ ହୋଇଛି । ମୃତକ ପ୍ରମୋଦ ସିଂହ ବୋଲି ଜଣାପଡିଛି। ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ଅନ୍ତର୍ଗତ  ନରଣଖୁଣ୍ଟା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଗାଁର ଅନିଲ ସିଂ ଓ ତାଙ୍କର ୨୭ବର୍ଷୀୟ ପୁଅ ପ୍ରମୋଦ ମଧ୍ୟରେ ଝଗଡା ହୋଇଥିଲା । ବାପ ଅନିଲ ଏକ ବାର୍ଷିରେ ପୁଅ ପ୍ରମୋଦକୁ ଆକ୍ରମଣ କରିଥିଲେ । ବାପାର ଆକ୍ରମଣରେ ପୁଅ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ । ପୁଅକୁ  ଆକ୍ରମଣ କରି ଘଟଣାସ୍ଥଳରୁ ବାପା ଅନିଲ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ବଡସାହି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି । ସେହିପରି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.