Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବନ୍ଧୁ ସାଜିଲା ହତ୍ୟାକାରୀ ! ସାମାନ୍ୟ ବିବାଦରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

29/10/2020 at 8:57 AM

ବ୍ରହ୍ମପୁର ୨୯।୧୦: ଦଶହରାରେ ସାମାନ୍ୟ ବିବାଦକୁ ନେଇ ୨ବନ୍ଧୁଙ୍କ ମଧ୍ୟରେ ଗଣ୍ଡଗୋଳ । ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଗୌରାଙ୍ଗ ମଣ୍ଡଳ ଏବଂ ଆହତ ବ୍ୟକ୍ତି ଶିବ ମଣ୍ଡଳ ବୋଲି ଜଣାପଡିଛି । ଘଟଣାରେ ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ଖବର ଅନୁଯାୟୀ, ଦୁଇ ବନ୍ଧୁ ରାଜମିସ୍ତ୍ରୀ କାମ କରିଥାନ୍ତି । ୨ଦିନ ପୂର୍ବେ ଉଭୟ ଦଶହରା ମାମୁଲି ପାଇଁ ବିଭିନ୍ନ ସ୍ଥାନକୁ ଯାଇ କିଛି ଟଙ୍କା ଆଦାୟ କରିଥିଲେ । ଏହାପରେ ସେହି ଟଙ୍କା  ୨ଜଣଙ୍କ ମଧ୍ୟରେ ବଣ୍ଟା ଯାଇଥିନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ । ୨ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଏତେ ବଢିଯାଇଥିଲା ଯେ, ଶିବା ରାଗିଯାଇ ବନ୍ଧୁ ଗୌରାଙ୍ଗଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ କି ତାଙ୍କର ମୃତ୍ୟୁ ହୋଇଯାଇଛି । ସେହିପରି ଶିବ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ଗୋଲନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିବକୁ ଅଟକ ରଖି ପଚରାଉଚରା କରୁଛି । ଉଭୟଙ୍କ ଘର ଗଞ୍ଜାମ ଜିଲ୍ଲା ପଞ୍ଚାମା ଗାଁରେ ।

ତେବେ ପରିବାର ଅନୁଯାୟୀ,  ଗୌରାଙ୍ଗ ୨ଦିନ ପୂର୍ବେ ନିଖୋଜ ହୋଇଯଆଇଥିଲେ । ତେବେ ଗତକାଲି  ଗୋଳନ୍ଥାର ନିକଟ ଘଟକା ନଦୀରେ ମୃତଦେହ ମିଳିଥିଲା । ଶିବ ହତ୍ୟା କରିଥିବା ନେଇ ଗୌରାଙ୍ଗଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଗୌରାଙ୍ଗ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।

   Related Posts