ଜମିଜମା ବିବାଦରୁ ବିଧବା ଭାଇବୋହୂକୁ ହତ୍ୟାକଲା ଦେଢଶୂର !

Published By : Prameya-News7 Bureau | March 08, 2021 IST

ବ୍ରହ୍ମପୁର ୮।୩: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ପୁଣି ହତ୍ୟାକାଣ୍ଡ ।  ବାଲିପଦା ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳା ହେଲେ ସୁଷମା ବିଷୋୟୀ ।

ମହିଳାଙ୍କ ଦେଢଶୂର ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ଗତ ୨୪ ଘଣ୍ଟା ମଧ୍ୟରେ ସଦର ଥାନା ଅଞ୍ଚଳରେ ଦୁଇ ଦୁଇଟି ହତ୍ୟାକାଣ୍ଡ ।  ଗତକାଲି ରାତିରେ ଝାଡାଙ୍କୁଲି ଅଞ୍ଚଳରେ ବାପା-ପୁଅଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.