ଗାଁ ଛକରେ ବୁଲିଲା ଖଣ୍ଡା: ବାପା ମୃତ, ପୁଅ ଗୁରୁତର

Published By : Prameya-News7 Bureau | March 08, 2021 IST

ବ୍ରହ୍ମପୁର ୦୮।୦୩: ଗଞ୍ଜାମ ଜିଲ୍ଲା ସଦର ଥାନା ଝାଡ଼ାଙ୍କୁଲି ଗାଁରେ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ପୁଅକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ବାପା ଓ ପୁଅ ଏକ ସମ୍ପର୍କୀୟଙ୍କ ଘରୁ ଯାଇ ନିଜ ଗାଁକୁ ଫେରୁଥିଲେ । ଠିକ୍‌ ଏହି ସମୟରେ ଗାଁ ଛକରେ ୭ରୁ ୮ଜଣ ଦୁର୍ବୃତ୍ତମାନେ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ । ଦୁର୍ବୃତ୍ତ ଙ୍କ ଆକ୍ରମଣରେ କୋରା ସେଠୀଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ପ୍ରଶାନ୍ତ ସେଠୀ ଗୁରୁତର ଆହାତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛି। ପୂର୍ବ ଶତୃତା କୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.