ଜମିଜମା ବିବାଦରୁ ତୁମୁଳକାଣ୍ଡ, ଜଣଙ୍କୁ ମିଶି ମାରିଦେଲେ ଗ୍ରାମବାସୀ

Published By : Prameya-News7 Bureau | January 28, 2021 IST

ବ୍ରହ୍ମପୁର ୨୮।୦୧ : ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଗ୍ରାମାବାସୀଙ୍କ ମାଡ଼ରେ ଚାଲିଗଲା ଜଣଙ୍କ ଜୀବନ। ମୃତକ ପ୍ରଭାକର ଗୌଡ଼ । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମଧୁପଲ୍ଲୀ ପଞ୍ଚାୟତ ହୀରପଲ୍ଲୀ ଗାଁରେ ଘଟିଛି ଘଟଣା ।  

ପ୍ରଭାକରଙ୍କ ପୁଅଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଜମିରେ ଜୋର ଜବରଦସ୍ତ ଗ୍ରାମବାସୀ ପୂର୍ଣାଦି ପକାଇଲେ। ପ୍ରଭାକର ବିରୋଧ କରିବାରୁ ଗାଁର ପ୍ରାୟ ୭ ରୁ ୮ ଜଣ ଯୁବକ ଆସି ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଆସିଥିଲେ। ପ୍ରଭାକର ବାଧ୍ୟ ହୋଇ ଥାନାରେ ଏତଲା ଦେଇଥିଲା । ଥାନାରେ ଅଭିଯୋଗ ପରେ ଗାଁକୁ ଫେରୁଥିବା ବେଳେ କିଛି ଲୋକ ଆକ୍ରମଣ କରିଥିଲା ।

ଗ୍ରାମବାସୀଙ୍କ ଆକ୍ରମଣରେ ପ୍ରଭାକର ଗୁରୁତର ହୋଇଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲ ଯାଉଥିବା ବେଳେ ଗ୍ରାମବାସୀମାନେ ବାଟ ଛାଡିନଥିଲେ । ଶେଷରେ ଅଟୋ ସାହାଯ୍ୟରେ ପ୍ରଭାକରଙ୍କୁ ପ୍ରଥମେ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କାଟପନ୍ନ ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଅଧାରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଗାଁର କାଳିଆ ଗୌଡ଼, କାହ୍ନୁଚରଣ ଗୌଡ଼. ବଳରାମ ଗୌଡ଼, ଛକରି ଗୌଡ, ସିଲୁ ସାହୁ, ଭାସ୍କର ସାହୁ ଆକ୍ରମଣ କରିଥିବା ନେଇ ପ୍ରଭାକରଙ୍କୁ ପୁଅ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.