୩୦ ହଜାର ପାଇଁ ମାରିଦେଲେ, ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କଲା କୋଟିପତି ବାପର ପୁଅ

Published By : Prameya-News7 Bureau | January 26, 2021 IST

ବେଙ୍ଗାଲୁରୁ, ୨୬/୧: କର୍ଣ୍ଣାଟକର ଦେବନହଲ୍ଲିରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ମାତ୍ର ୩୦ ହଜାର ଟଙ୍କାର ଋଣକୁ ନେଇ ଜଣେ କୋଟିପତି ବାପାଙ୍କର ୨୨ ବର୍ଷୀୟ ପୁଅ ସମ୍ପର୍କୀୟଙ୍କୁ ହତ୍ୟା କରିଛି । ଯେଉଁ ବ୍ୟକ୍ତିକୁ ସେ ଦାଦା ଦାଦା କହି ଡାକୁଥିଲା ମାତ୍ର କିଛି ଟଙ୍କା ପାଇଁ ତାଙ୍କୁ ମୃତ୍ୟୁର ସେଜରେ ଶୁଆଇ ଦେଇଛି । ବ୍ୟକ୍ତି ଜଣକ ପିନ୍ଧିଥିବା ସୁନାକୁ ବିକ୍ରି କରି ଟଙ୍କା ସୁଝିବାକୁ ଚାହୁଁଥିଲା ଅଭିଯୁକ୍ତ । ତେଣୁ ତାଙ୍କୁ ମାରି ସେ ରଖିଥିବା ସୁନା ଲୁଟି ନେଇଛି ଅଭିଯୁକ୍ତ ।

ପୋଲିସ୍ ର କହିବା ଅନୁସାରେ ଅଭିଯୁକ୍ତ ଯୁବକର ନାମ ରାକେଶ ହୋଇଥିବା ବେଳେ ମୃତକ ହେଉଛନ୍ତି ନାଗରାଜ ମୂର୍ତ୍ତୀ । ଅଭିଯୁକ୍ତ ରାକେଶ ତାର ଭାଇକୁ ଦେଖା କରିବା ପାଇଁ ନାଗରାଜଙ୍କ ଘର ପାଖକୁ ସର୍ବଦା ଯିବା ଆସିବା କରୁଥିଲା । ଏହି ସମୟରେ ଦୁଇଜଣଙ୍କ ମଧ୍ୟରେ କଥାବାର୍ତ୍ତା ଏବଂ ଚିହ୍ନା ପରିଚୟ ହୋଇଥିଲା । ରାକେଶ୍ ଧନୀ ଘରର ହୋଇଥିବା ବେଳେ ସେ ଅଞ୍ଚଳରେ ତାଙ୍କର ୭ କୋଟି ଟଙ୍କାର ଜମି ରହିଥିବା ପୋଲିସ୍ କହିଛି ।

ରାକେଶ କିଛି ଦିନ ତଳେ ତାର ସାଙ୍ଗଠାରୁ ୩୦ ହଜାର ଟଙ୍କା କରଜ ଆଣିଥିଲା । ତେଣୁ ତାର ସାଙ୍ଗ ତାକୁ ଟଙ୍କା ସୁଝିବାକୁ ବାରମ୍ୱାର କହିଥିଲା । ଏହି ସମୟରେ ସେ ନାଗରାଜର ହାତରେ ଦୁଇଟି ସୁନା ମୁଦି ଦେଖିଥିଲା । ଏହ ମୁଦି ଚୋରାଇ ଟଙ୍କା ଶୁଝିବାକୁ ନିଷ୍ପତ୍ତି କରିଥିଲା । ନାଗରାଜ ଘରକୁ ଫେରୁଥିବା ସମୟରେ ରାକେଶ ପ୍ରଥମେ ତାର ମୁଣ୍ଡକୁ ଏକ କ୍ରିକେଟ୍ ବ୍ୟାଟ୍ରେ ପ୍ରହାର କରିଥିଲା । ଏହାପରେ ତାର ବେକକୁ କୁରାଢ଼ିରେ ହାଣି ସେ ନାଗରାଜକୁ ହତ୍ୟା କରଥିଲା ।

ଏହି ଘଟଣାକୁ ଭିନ୍ନ ମୋଡ଼ ଦେବା ପାଇଁ ସେ ମୃତଦେହଟିକୁ ପାଖ ଏକ ବୁଦା ମୂଳେ ଲୁଚାଇ ଦେଇଥିଲା । ପୁଅକୁ ନପାଇ ପାରିବାର ଲୋକ ଖୋଜିବାକୁ ଲାଗିଥିଲେ । ସେମାନଙ୍କ ସହ ଅଭିଯୁକ୍ତ ମଧ୍ୟ ଖୋଜିବାର ବାହାନା କରିଥିଲା । ତେବେ ଏନେଇ ପୋଲିସ୍ ଥାନାରେ ମାମଲା ହୋଇଥିଲା । ପୋଲିସ୍ ଖୋଜାଖୋଜି କରିବା ପରେ ସିସିଟିଭିରୁ ରାକେଶ ସନ୍ଦେହ ଜନକ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା । ଏହାପରେ ପୋଲିସ୍ ତାକୁ ପଚରା ପଚରି କରିବା ପରେ ସତ ଜଣା ପଡ଼ିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.