ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?

Published By : Prameya-News7 Bureau | July 29, 2021 IST

ବରଗଡ଼ ୨୯।୦୭ : ଗାଁ ମୁଣ୍ଡ ରାସ୍ତା କଡ଼ରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ବରଗଡ଼ ଟାଉନ୍‌ ଥାନା କୁରୁଆଁ ଗାଁରେ ଘଟିଛି ଘଟଣା । ଟାଉନ୍‌ ଥାନା ପୋଲିସର ଛାନ୍‌ଭିନ୍‌ ଜାରି ।

ଖବର ଅନୁଯାୟୀ, କୁରୁଆଁ ଗାଁ ମୁଣ୍ଡରେ ଜଣେ ଯୁବକଙ୍କ ମୃତଦେହ ପଡିଥିଲା । ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।  ମୃତଦେହ ନିକଟରୁ ଏକ ମୋଟର ସାଇକେଲ ଜବତ ହୋଇଛି ।

ତେବେ ଯୁବକଙ୍କ ମୃତଦେହ ଏଠାକୁ ଆସିଲା କିପରି । କିଏ ତାଙ୍କୁ ହତ୍ୟା କରିଛି , ନା ଆଉ କିଛି ଅଘଟଣ ଘଟିଛି । ସେନେଇ ତନାଘନା ଜାରି ରଖିଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗ ନିଆଯାଇପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.