ସ୍ତ୍ରୀ ନା ରାକ୍ଷସୀ ? ନିଜେ ପୋଛିଦେଲା ନିଜ ମଥା ସିନ୍ଦୁର ; ୩ ମାସ ପରେ ହତ୍ୟା ଘଟଣାରୁ ହଟିଲା ପରଦା

Published By : Prameya-News7 Bureau | December 23, 2020 IST

ବାଲିପାଟଣା ୨୩।୧୨: ଜଘନ୍ୟ ଅପରାଧ । ସ୍ତ୍ରୀ ପୋଛିଦେଲା ନିଜ ମଥା ସିନ୍ଦୁର । ସାମାନ୍ୟ ଝଗଡ଼ାରୁ ସ୍ୱାମୀଙ୍କ ଜୀବନ ନେଇଗଲା ସ୍ତ୍ରୀ । ସ୍ବାମୀଙ୍କୁ ହତ୍ୟା କରି ପୋଡିଦେଇଛି ସ୍ତ୍ରୀ । ତିନିମାସ ପରେ ଅଧାପୋଡା ଖପୁରି ଏବଂ ହାଡ ମିଳିଛି ଘର ବାରି ପଟୁ । ଏଭଳି ଏକ ଲୋମଟାଙ୍କୁର ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳିପୁର ଗ୍ରାମରେ । 

ଖବର ଅନୁଯାୟୀ, ବନମାଳିପୁର ଗାଁର ୪୫ ବର୍ଷୀୟ ନିଧତ୍ରାମ ଗିରି ପ୍ରାୟ ତିନିମାସ ହେବ ଗ୍ରାମରେ ଦେଖାଯାଉନଥିଲେ । ସଂଧ୍ୟ୍ୟା ଚା ଖଟିରେ ନିଧତ୍ରାମଙ୍କ ସମ୍ପର୍କରେ ଚର୍ଚ୍ଚ। ଆରମ୍ଭ ହେଲା । ତିନିମାସ ହେବ କୁଆଡେ ଗଲେ ନିଧତ୍ରାମ । ଏ ସମ୍ପର୍କରେ ନିଧତ୍ରାମଙ୍କ ସ୍ତ୍ରୀ ଲିଲି ଗିରିଙ୍କୁ ଗ୍ରାମର ଜଣେ ଯୁବକ ପଚରିଥିଲେ । ଲିଲି ଏହି କଥାରେ ହଡବଡେଇ ଯାଇଥିଲେ । ତେବେ କୌଣସି ସନ୍ତୋଷଜନକ ଉତ୍ତର ଦେଇଥିଲେ ଲିଲି । ସେପଟେ ଯୁବକଙ୍କ ସନ୍ଦେହ ବଢିଥିଲା । ପୁଣିଥରେ ଲିଲିଙ୍କୁ ନିଧତ୍ରାମଙ୍କ ସମ୍ପର୍କରେ ପଚରିଥିଲେ । ଶେଷରେ ନିଧତ୍ରାମଙ୍କୁ ମାରି ବାରିରେ ପୋଡି ପୋତିଦେଇଥିବା କଥା ସ୍ୱୀକାର କରିଥିଲେ ଲିଲି । ଏହି ଖବରଟି  ବିଜୁଳି ବେଗରେ ପ୍ରସାରିତ ହୋଇଥିଲେ । ବାଲିପାଟଣା ପୋଲିସ୍ କୁ ହତ୍ୟାକାଣ୍ଡ ସମ୍ପର୍କରେ ଅବଗତ କରାଇଥିଲେ ଗ୍ରାମବାସୀ ।

ହତ୍ୟା କାଣ୍ଡର ଖବର ପାଇବା ପରେ ପୋଲିସ ଗାଁରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଥିଲେ । ଏପିରିକି ମୃତଦେହ ପୋଡାଯାଇଥିବା ସ୍ଥାନକୁ ଯାଇଥିଲା ,  ସେହି ସ୍ଥାନରେ ଅଧାପୋଡା ମଣିଷ ଖପୁରୀ, ହାଡ ଦେଖିବାକୁ ପାଇଥିଲା ପୋଲିସ। ଅଧାପୋଡ଼ା ଖପୁରୀ ଓ ହାଡ଼କୁ ଲୁଚାଇବା ପାଇଂ କିଛି ଅଳିଆ ପକାଯାଇଥିଲା । ଦୁର୍ଗନ୍ଧ ଯୋଗୁଁ ଲୋକଙ୍କର ସନ୍ଦେହ ହେବ , ସେଥିପାଇଁ ସେହି ସ୍ଥାନରେ ସଢା ପରିବା ମଧ୍ୟ ପକାଉଥିଲେ ଲିଲି । ପୋଲିସ ଲିଲିକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.