Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପ୍ରେମ ପାଇଁ ହତ୍ୟା ! ୩ ଦିନ ହେଲା ଥିଲେ ନିଖୋଜ, କୂଅରୁ ମୃତଦେହ ଉଦ୍ଧାର : ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

17/10/2020 at 9:26 AM

ବାଲିଗୁଡ଼ା ୧୭।୧୦: ତିନିଦିନ ପରେ ନିଖୋଜ ଯୁବକଙ୍କ ଗଳିତ ଶବ ଉଦ୍ଧାର । ମୃତକ ବାହାଡାପଦାଲ ଶରଣ ପଞ୍ଜର ବୋଲି ଜଣାପଡିଛି । କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ର ଅଞ୍ଚଳର ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିଛି ।

ଖବର ଅନୁଯାୟୀ, ଗତ ୧୪ତାରିଖ ଦିନ ଶରଣପଞ୍ଚଙ୍କର ଜେଜେ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ଜେଜେମାଆଙ୍କ ଶବଦାହ କରିବାକୁ ଯାଉ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜ ପରେ ବି କୌଣସି ସନ୍ଧାନ ମିଳିନଥିଲା । ଶେଷରେ ପରିବାର ଲୋକେ  ଏନେଇ ଥାନାରେ  ଅଭିଯୋଗ  କରିଥିଲେ ।

ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ପରିବାର ଲୋକେ କୂଅରେ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ । ତୁରନ୍ତ ଏନେଇ ପୋଲିସକୁ ଖବର ଦେଇଥିଲେ ।  ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତଦେହକୁ ଉଦ୍ଧାର କରିଛନ୍ତି । ସେପଟେ କଲୋନୀ ସାହିର ହରି ଶଙ୍କର ପାତ୍ରଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପୋଲିସ ପ୍ରାଥମିକ ତଦନ୍ତରେ ଅନେକ ସୁରାକ ପାଇଛି । ହତ୍ୟାକାଣ୍ଡ ପ୍ରେମ ଜନିତ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର  ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

   Related Posts