ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ଯୁବକଙ୍କୁ ଗୁଳିମାଡ଼ ସହ ଭୁଜାଲିରେ ହାଣିଲେ

Published By : Prameya-News7 Bureau | November 04, 2021 IST

ବାଲେଶ୍ୱର ୦୪।୧୧: ବାଲେଶ୍ୱର ସଦର ଥାନା କୁରୁଡ଼ା ଛକରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ବିନୋଦ ବିହାର ଦାସ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିନୋଦଙ୍କୁ ଗୁଳିମାଡ଼ ସହ ଭୁଜାଲିରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ଘର ଶାସନ ଗ୍ରାମ ପଞ୍ଚାୟତ ଜଗନ୍ନାଥ ପାଟଣାର ବୋଲି ଜଣାପଡିଛି । ସଦର ଥାନା କୁରୁଡ଼ା ଛକରେ ହତ୍ୟାକାଣ୍ଡ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି ।

ତେବେ ଘଟଣାର ଫୁଙ୍ଖାନୁପୁଙ୍ଖ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖଛନ୍ତି । ସେହିପରି ଅପରାଧକୁ ରୋକିବାକୁ ହେଲେ ପୋଲିସ ବାହିନୀକୁ ଆହୁରୀ ସଜାଗ ହେବାକୁ ପଡିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.