ମୃତଦେହ ପାଖରେ ପଡିଛି କଟୁରୀ, ଝାଡଖଣ୍ଡ ଯୁବକଙ୍କ ହତ୍ୟାକୁ ନେଇ ବାଂଶପାଣିରେ ଚାଞ୍ଚଲ୍ୟ
9/01/2021 at 12:24 PM

ବଡ଼ବିଲ ୦୯।୦୧ : ଯୁବକଙ୍କ ମୃତଦେହ ଉଦ୍ଧାର । ମୃତଦେହ ନିକଟରେ ପଡିଛି କଟୁରୀ । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବାଂଶପାଣି ଅଞ୍ଚଳରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ବିଶାଲ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପହଞ୍ଚି ଯୋଡ଼ା ପୋଲିସ ଛାନ୍ଭିନ୍ ଜାରି ରଖିଛି ।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ଅଞ୍ଚଳର ବିଶାଲ, ବାଂଶପାଣି ସ୍ଥିତ ନିଜର ସଂପର୍କୀୟ ମାମୁଁ ଘରେ ରହୁଥଲା । ତେବେ ଗତକାଲି ରାତିରେ କେଉଁ ପରିସ୍ଥିତିରେ ତାର ମୃତ୍ୟୁ ଘଟିଥିଲା । ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।ମୃତଦେହ ନିକଟରେ ଏକ କଟୁରୀ ମଧ୍ୟ ପଡିଛି । ଘଟଣାସଂପର୍କରେ ପୋଲିସକୁ ସ୍ଥାନୀୟ ଲୋକ ଖବର ଦେଇଥିଲେ । ଏହାପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍ଭିନ୍ ଆରମ୍ଭ କରିଛି । ସେହିପରି ଘଟଣାସ୍ଥଳରୁ କଟୁରୀ ମଧ୍ୟ ଜବତ କରିଛି ପୋଲିସ ।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021