ଭଉଣୀ ପ୍ରତି ଭିଣୋଇର ଅସହ୍ୟ ଅତ୍ୟାଚାର ; ସହିପାରିଲେନି ୩ ଭାଇ, ଫାର୍ସାରେ ଦେଲେ ହାଣି

Published By : Prameya-News7 Bureau | May 19, 2021 IST

ବଡ଼ବିଲ ୧୯।୦୨: ଦୁର୍ଦ୍ଦାନ୍ତ ଅପରାଧୀ କାଣ୍ଡେ ମାଝି ହତ୍ୟା ଘଟଣା । ମାମଲାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଦିଗାମ୍ବର ମାଝୀ, ମନୋହର ମାଝୀ ଓ ରାମ ମାଝୀ । ଅଭିଯୁକ୍ତମାନେ ମୃତ କାଣ୍ଡେର ଶଳା ହେବେ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଫାର୍ସା, ଲୁହା ରଡ୍, ଶାବଳ ଇତ୍ୟାଦି ଜବତ କରିଛି ପୋଲିସ ।

ଖବର ଅନୁଯାୟୀ, ଭଉଣୀ ପ୍ରତି ଭିଣୋଇର ଅତ୍ୟାଚାର ବଢିଚାଲିଥିଲା । ଯାହାକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଛି । କାଣ୍ଡେର ୨ ହାତକୁ ଗାମୁଛାରେ ବାନ୍ଧି ଫାର୍ସାରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ନେଇ ନିକଟରେ ଥିବା ସୁନା ନଦୀ କୂଳରେ ପୋତିଦେଇଥିଲେ । ମାମଲା ସଂପର୍କରେ ଯୋଡ଼ା ପୋଲିସ ଖବର ପାଇବା ପରେ ନଦୀ କୂଳରୁ ମାଟି ଖୋଳି ମୃତଦେହକୁ ଉଦ୍ଧାର କରିଥିଲେ । ଏହାପରେ ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଅଭିଯୁକ୍ତମାନେ ପୋଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.