ମଦ୍ୟପ ପୁଅର ଅମାନୁଷିକ କାଣ୍ଡ, ମାଆକୁ ଇଟାରେ ଛେଚି କଲା ହତ୍ୟା

Published By : Prameya-News7 Bureau | March 12, 2021 IST

ବଡ଼ବିଲ ୧୨।୦୩ : ମଦ୍ୟପ ପୁଅର ଅମାନୁଷିକ କାଣ୍ଡ । ମାଆକୁ ଇଟାରେ ଛେଚି ହତ୍ୟା କରିଛି ପୁଅ । ମୃତକ ସୋମବାର ମୁଣ୍ଡା ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ବଡ଼ବଲି ପୌରାଞ୍ଚଳର ୯ନମ୍ବର ଓ୍ୱାର୍ଡରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଗୁରୁବାର ରାତିରେ ପୁଅ କିଶୋର ମୁଣ୍ଡା ମଦ ପିଇ ଘରକୁ ଆସିଥିଲେ । ତେବେ ଘରେ ମାଆ ସୋମବାରୀ ମୁଣ୍ଡାଙ୍କ ସହିତ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ପୁଅ ମଦ ନିଶାରେ ମାଆକୁ ଇଟାରେ ଛେଚି ହତ୍ୟା କରିଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ ରଖିଛି ।

ସେପଟେ ଅଭିଯୁକ୍ତ ପୁଅ କିଶୋର ମୁଣ୍ଡାକୁ ବଡ଼ବଲି ଥାନାରେ ଅଟକ ରଖାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ହତ୍ୟା ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.