ପାରିବାରିକ କଳହ ଭାଙ୍ଗିଦେଲା ପରିବାର, ଛୁରୀ ଭୁସି ବାପାକୁ ହତ୍ୟା କଲା ବଡ଼ ପୁଅ

Published By : Prameya-News7 Bureau | July 12, 2020 IST

ଆଠଗଡ଼ ୧୨।୦୭: ଯେଉଁ ବାପା ଦିନେ ହାତ ଧରି ଚାଲିବା ଶିଖାଇଥିଲା , ସେହି ବାପାଙ୍କୁ ହତ୍ୟା କରିବା ପାଇଁ ପଛାଇଲାନାହିଁ ପୁଅ । ପୁଅର ଛୁରୀ ମାଡରେ ବାପାଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ମୃତକ ନାଥ ପୁର୍ତ୍ତି ବୋଲି ଜଣାପଡିଛି ।   କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ମୁଶୁଳିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ମୁଶୁଳିଆ ଗାଁରେ ନାଥ ପୁର୍ତ୍ତିଙ୍କ ପରିବାର ରୁହନ୍ତି ।  ନାଥ ପୁର୍ତ୍ତିଙ୍କ ଦୁଇ ପୁଅ । କିନ୍ତୁ ବଡ ପୁଅ କୌଣସି କାରଣରୁ ଘର ସହିତ ଝଡ଼ଗା କରି ଅଲଗା ରହୁଥିଲେ । ଘରେ ବାପା ଓ ସାନ ପୁଅ ରହିଆସୁଥିଲା । ବଡ଼ ଘର ଅଲଗା ହୋଇ ରହିଆସୁଥିଲେ । ପ୍ରାୟ ସବୁ ଦିନ ଉଭୟ ବଡ଼ ପୁଅ ଓ ବାପାଙ୍କ ମଧ୍ୟରେ କଳି ଝଗଡା ଲାଗିରହିଥାଏ । ଗତକାଲି  ଏପରି ଝଗଡା ଲାଗିରହିଥିଲା । ସବୁ ଦିନ ଏପରି ଭାବେ ଝଗଡ଼ା ଲାଗିରହିଥିବା ଦେଖି, ସାନ ପୁଅ ଓ ବାପା ଗାଁ ମୁରବୀକୁ ଜଣାଇଥିଲେ । ଗାଁ ମୁରବୀଙ୍କ ଦ୍ୱାରା ସମସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ ବାପା ।

{"id":299300,"sizeSlug":"large"}

କିନ୍ତୁ କିଏ ଜାଣିଥିଲା ଯେ, ଗାଁ ମୁରବୀଙ୍କୁ ଜଣାଇବା , ତାଙ୍କ ଜୀବନ ପ୍ରତି ବିପଦ ବୋଲି । କାହିଁକି ଗାଁ ମୁରବୀ ଝଗଡା କଥା ଜଣାଇଲ ବୋଲି ଗତକାଲି ବିଳମ୍ବିତ ରାତିରେ ବଡ଼ପୁଅ ଏକ ଛୁରୀ ଆଣି ବାପା ଓ ପୁଅଙ୍କୁ ଆକ୍ରମଣ କରିଥିଲା । ତେବେ ପୁଅର ଛୁରୀରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ(ପୁଅ) ଗୁରୁତର ଅବସ୍ଥାରେ ନିଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି । ତେବେ ଆକ୍ରମଣ କରିଥିବା ବଡ ପୁଅକୁ ପୋଲିସ ଅଟକ ରଖିଥିବା ଜଣାପଡିଛି । ଘଟଣାସମ୍ପର୍କରେ ପଚରାଉଚରା ଜାରି ରହିଥିବା ମଧ୍ୟ ସୂଚନା ରହିଛି । ପାରିବାରିକ କଳହ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.