ମଦ୍ୟପାନ କରି ଗାଳିଗୁଲଜ କରୁଥିଲା ଦିଅର, ଶେଷରେ ପୋଡି ମାରିଦେଲା ଭାଉଜ !

Published By : Prameya-News7 Bureau | January 13, 2021 IST

ଆଠମଲ୍ଲିକ ୧୩।୦୧: ଅସଭ୍ୟ ଗାଳିକରିବାରୁ ଦିଅରକୁ ପୋଡ଼ି ହତ୍ୟା କଲା ଭାଉଜ। ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ କେନ୍ଦୁସାହି ଗାଁରେ ଗତକାଲି ରାଜକିଶୋର ପ୍ରଧାନଙ୍କ ମୃତ୍ୟୁ ଘଟଣା ରହସ୍ୟ ଉନ୍ମୋଚିତ ହେଇଛି । ବଡ଼ ଭାଉଜ ଓ ମା' ମିଶି ରାଜକିଶୋରଙ୍କୁ ହତ୍ୟା କରିଥିବା ମାନିଛନ୍ତି। ରାଜକିଶୋରଙ୍କ ବଡ଼ ଭାଉଜ ମାନିଛନ୍ତି ଯେ ତାଙ୍କ ଦିଅର ବାରମ୍ବାର ଅସଭ୍ୟ ଗାଳିଗୁଲଜକୁ ସହ୍ୟ କରି ନପାରି ସେ ତାଙ୍କ ଶାଶୁଙ୍କ ସହିତ ମିଶି ରାଜକିଶୋରକୁ ଗାଁ ରାସ୍ତାରେ ପୋଡି ମାରିଦେଇଛନ୍ତି।

ଖବର ଅନୁଯାୟୀ, ରାଜକିଶୋର ତାମିଲନାଡୁରେ କାମ କରୁଥିବା ସମୟରେ ଜଣଙ୍କୁ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ରାଜକିଶୋର ଆଉ ଜଣଙ୍କୁ ବିବାହ କରିଥିଲେ। ତେବେ ରାଜକିଶୋର ମଦ୍ୟପାନ କରୁଥିବାରୁ ଦ୍ବିତୀୟ ପତ୍ନୀ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଏପରିକି ତୃତୀୟ ସ୍ତ୍ରୀ ମଧ୍ୟ ରାଜକିଶୋରଙ୍କ ବ୍ୟବହାର ପାଇଁ ଛାଡିଚାଲିଯାଇଛି । ମଙ୍ଗଳବାର ରାତିରେ  ରାଜକିଶୋର ବଡ଼ ଭାଉଜଙ୍କୁ ଅସଦାଚରଣ କରି ଗାଳିଗୁଲଜ କରିଥିଲେ । ଏହାପରେ ବଡ଼ଭାଉଜ ଓ ରାଜକିଶୋରଙ୍କ ମା' ମିଶି ପ୍ରଥମେ ତାକୁ ଏକ ଖୁଣ୍ଟ ରେ ବାନ୍ଧି ଦେଇଥିଲେ। ପରେ ବଜାରରୁ ପେଟ୍ରୋଲ ଆଣି ରାସ୍ତା ମଝିରେ ପୋଡ଼ିଥିଲେ। ରାଜକିଶୋର ସବୁବେଳେ ମଦ ପିଇ ସେମାନଙ୍କୁ ଗାଳିଗୁଲଜ କରିବା ସହିତ ଟଙ୍କା ମାଗେ। ଏହି ଘଟଣାରେ ହଣ୍ଡପା ପୋଲିସ ରାଜକିଶୋରଙ୍କ ମା' ଓ ବଡ଼ ଭାଇକୁ ଉଠାଇନେଇଛି।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.