ସ୍ୱାମୀ ନଥିଲେ ଘରେ, ଏକାକୀ ଥିବା ମହିଳାଙ୍କ ବେକ କାଟି ଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | September 28, 2021 IST

ଅନୁଗୁଳ ୨୮।୦୯: ମହିଳାଙ୍କୁ ଛୁରୀ ଭୁଷି ହତ୍ୟା । ଅନୁଗୁଳ ଜିଲ୍ଲା ଖମାର ଥାନା ପାଲଲହଡ଼ା ଆଲୁରି ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ କୁମାରୀ ଶୁଣ୍ଢି ବୋଲି ଜଣାପଡ଼ିଛି । ଖମାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ପାଲଲହଡ଼ା ଆଲୁରି ଗାଁରେ ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ । ସ୍ୱାମୀ ବାହାରକୁ କାମ କରିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି । ଘରେ  ସ୍ତ୍ରୀ  ଶୋଇଥିବା ଅବସ୍ଥାରେ ଦୁର୍ବୃତ୍ତ ପଶି ହତ୍ୟା କରିଛନ୍ତି । ମୃତକ କୁମାରୀ ଶୁଣ୍ଢିଙ୍କ ବେକରେ ରହିଛି ଗଭୀର କ୍ଷତ । ସ୍ୱାମୀ ବାହାରକୁ ଯାଇଥିବା ବେଳେ ଘରେ ପଶି ହତ୍ୟା କରାଯାଇଛି । ଖମାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ତେବେ କିଏ ଓ କାହିଁକି ଘରେ ପଶି ଏପରି ଜଘନ୍ୟ କାଣ୍ଡ ଘଟାଇଛି । ସେନେଇ କିଛି ସ୍ପଷ୍ଟ ଭାବେ ସୂଚନା ମିଳିପାରିନାହିଁ । ସେପଟେ ଏବେ ସୁଦ୍ଧା ଅଭିଯୁକ୍ତ ମଧ୍ୟ ଫେରାର ରହିଛି । ପୋଲିସର ତଦନ୍ତ ପରେ ସମସ୍ତ କଥା ପଦାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.