Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ନାତିର ଆକ୍ରମଣରେ ଜେଜେମା ମୃତ

17/10/2020 at 12:34 PM

ଆନନ୍ଦପୁର ୧୭।୧୦: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଗୋହିରା ଗାଁରେ ଅଭାବନୀୟ ଘଟଣା ଘଟିଛି । ଜେଜେ ମାଙ୍କୁ ବାଡ଼ି ଓ ପଥରରେ ଆକ୍ରମଣ କରି ଜୀବନରୁ ମାରି ଦେଇଛି ନିଜ ନାତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି  ଛାନ୍‌ଭିନ୍ ଆରମ୍ବ କରିଛି ।

ଖବର ଅନୁଯାୟୀ, ନାତି ସିଦ୍ଧାର୍ଥ ଦୀର୍ଘ ୪ ବର୍ଷ ହେବ ମାନଷିକ ରୋଗରେ ପୀଡିତ ଥିଲେ । ସେଥିପାଇଁ ବହୁ ସମୟରେ ନିଜ ଜେଜେମାଙ୍କୁ ମାରପିଟ୍‌ କରୁଥିଲେ ବୋଲି ପରିବାର ଲୋକେ କହିଛନ୍ତି । ଆଜି ସକାଳ ସମୟରେ ସିଦ୍ଧାର୍ଥ ପୁଣି ଥରେ ନିଜ ଜେଜେମାଙ୍କୁ ବାଡ଼ି ଓ ପଥରରେ ଆକ୍ରମଣ କରିଥିଲେ । ଯେଉଁଥିରେ କି ସେ ଗୁରୁତର ଭାବେ ଆହତ ହୋଇଥିଲେ । କିଛି ସମୟରେ ପରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ଘଟଣାସମ୍ପର୍କରେ ଖବର ପାଇଁ ଘସିପୁର ଥାନା ପୋଲିସ ଗାଁରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

   Related Posts