କୁଳପତିଙ୍କ ହତ୍ୟା ଘଟଣାରେ ନୂଆ ଟ୍ଵିଷ୍ଟ, ଟଙ୍କା ନୁହେଁ ବରଂ ମାଛ ଠିକା ମୁଖ୍ୟ କାରଣ...

Published By : Prameya-News7 Bureau | June 28, 2021 IST

ଝାରସୁଗୁଡ଼ା ୨୮।୦୬:  ପୂର୍ବତନ କୁଳପତିଙ୍କ ହତ୍ୟା ଘଟଣାରେ ନୂଆ ଟ୍ଵିଷ୍ଟ। ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ:ଧ୍ରୁବରାଜ ନାଏକଙ୍କୁ ରବିବାର ଜଣେ ଯୁବକ ଟାଙ୍ଗିଆ ରେ ହାଣି ହତ୍ୟା କରିଥିଲା। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲଇକେରା ଥାନା ଅନ୍ତର୍ଗତ କୁଅଁରମାଲ ଗାଁର ରିମିତ ଧୁରୁଆକୁ ପୋଲିସ ନିଜ ହେପାଜତକୁ ନେବା ପରେ ପଚରାଉଚରା କରି ନୂଆ ତଥ୍ୟ ହାସଲ କରିଛି।

ରବିବାର ଧ୍ରୁବରାଜଙ୍କ ଘରେ ପଶି ରିମିତ ଧୁରୁଆ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବାହାନା କରି ୧୦୦ ଟଙ୍କା ମାଗିଥିଲା।ପୋଲିସ ତଦନ୍ତ ପରେ ଧ୍ରୁବରାଜଙ୍କ ହତ୍ୟା ପଛରେ ପୋଖରୀ ମାଛ ଠିକା ମୁଖ୍ୟ କାରଣ ବୋଲି ଜଣାପଡିଛି। ଧ୍ରୁବରାଜଙ୍କ ଏକ ପୋଖରୀରେ ଗାଁ ରହିଛି । ଗାଁରେ ଲୋକେ ପୂର୍ବରୁ ସେହି ପୋଖରୀରୁ ମାଛ ମାରି ଖାଉଥିବା ବେଳେ ମାସକ ତଳେ ଧ୍ରୁବରାଜ ସେହି ପୋଖରୀକୁ ଜଣେ ଠିକାଦାରଙ୍କୁ ଦେଇଥିଲେ। ଯାହାଫଳରେ ମାଛ ମାରି ଖାଉଥିବା ଲୋକଙ୍କୁ ଅସୁବିଧା ହେବାରୁ ରିମିତ କ୍ରୋଧ୍ରିତ ହୋଇ ପୁର୍ବ ଯୋଜନା ମୁତାବକ ହତ୍ୟା କରିଥିଲା। ସୋମବାର ରିମିତକୁ ଗିରଫ କରି କୋର୍ଟ ଚାଲାଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.