ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !

Published By : Prameya-News7 Bureau | November 28, 2021 IST

କରଞ୍ଜିଆ, ୨୮|୧୧:  ଜଙ୍ଗଲ ମଧ୍ୟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗାଁ ଢେଙ୍କିଶାଳ ସାହିରେ ଥିବା ଏକ ପାହାଡ଼ ତଳୁ ମୃତଦେହଟି ପଡିଥିବା କିଛି ବ୍ୟକ୍ତି ଦେଖିଥିଲେ ।

ସୂଚନା ଅନୁସାରେ, ବର୍ତ୍ତମାନ ଜଙ୍ଗଲ ବିଭାଗର ବ୍ୟାଘ୍ର ଗଣନା ଚାଲିଛି ।  ବ୍ୟାଘ୍ର ଗଣନା ଟିମ୍ ଜଙ୍ଗଲରେ  ସେହି ବାଟ ଦେଇ ଯାଉଥିବା ବେଳେ ଏକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲା ।  ଏନେଇ ସେମାନେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମହୁଲଡିହା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ  ତଦନ୍ତ ଜାରି ରଖିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.