ଶ୍ୱଶୁର ଘରେ ଭାବି ଜ୍ୱାଇଁର ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | July 05, 2021 IST

ମୋହନା ୦୫।୦୭: ଭାବି ଜ୍ୱାଇଁର ସନ୍ଦେହ ଜନକ ମୃତ୍ୟୁ । ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ  ଅଞ୍ଚଳର ଘଟଣା । ମୃତ ଯୁବକଙକ୍ ନାମ ସଞ୍ଜୟ ନାୟକ ବୋଲି ଜଣାପଡିଛି । ଘଟଣାରେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।

{"id":475814,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଗଜପତି ଓସ୍ତପଦା ଗାଁର ଯୁବକ ସଞ୍ଜୟ ନାୟକ ଲୁହାଗୁଡି ଗାଁର ଯୁବତୀ ସହ ଗତ ମାସ ୨୦ ତାରିଖରେ ନିର୍ବନ୍ଧ ହୋଇଥିଲା। ତେବେ ଦୁଇ ଦିନ ପୂର୍ବରୁ ଯୁବକଙ୍କୁ କନ୍ୟା ଘର ଲୋକେ ଗାଁକୁ ଡକାଇଥିଲେ, ହେଲେ ଆଜି ସକାଳେ କନ୍ୟା ଘର ଲୋକେ  ଯୁବକକୁ ଗୁରୁତର ଅବସ୍ଥାରେ ମୋହନା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

{"id":475815,"sizeSlug":"large","linkDestination":"none"}

ଯୁବକର ବେକରେ ଏବଂ ମୁଣ୍ଡରେ କ୍ଷତାକ୍ତ ଚିହ୍ନ ଥିବାରୁ ଯୁବକକୁ ହତ୍ୟା ଜରାଯାଇଛି ବୋଲି ଅଭିଯୋଗ କରାଯାଉଛି । ଏନେଇ ପୁଅର ପରିବାର ଲୋକେ ଥାନାରେ  ଅଭିଯୋଗ କରିଛନ୍ତି । କିନ୍ତୁ ସେପଟେ ଯୁବକ ନିଜେ ଅତ୍ମହତ୍ୟା କରିଛନ୍ତି ବୋଲି ଝିଅଘର ଲୋକେ କହିଛନ୍ତି। ମୋହନା ପୋଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

{"id":475816,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.