Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଧୋନୀ ଲଗାଇଲେ ହାଟ୍ରିକ୍ ଛକା, ଷ୍ଟାଡିୟମ ବାହାରେ ପଡିଲା ବଲ୍, ଦେଖନ୍ତୁ ଭିଡିଓ

23/09/2020 at 3:31 PM

ଦୁବାଇ, ୨୩ ।୦୯: ବିଜୟରୁ ଆଇପିଏଲ ଅଭିଯାନ ଆରମ୍ଭ କରିଥିବା ଚେନ୍ନାଇ ସୁପର୍ କିଙ୍ଗସ୍ ଦ୍ୱିତୀୟ ମ୍ୟାଚ୍‌ରେ ପରାସ୍ତ ହୋଇଛି । ଦଳ ରାଜସ୍ଥାନ ରୟାଲ୍ସଠୁ ୧୬ ରନ୍‌ରେ ପରାଜୟ ବରଣ କରିଛି । ଏହା ହେଉଛି ଚେନ୍ନାଇର ଚଲିତ ସିଜିନର ପ୍ରଥମ ପରାଜୟ । ଦଳ ପରାସ୍ତ ହୋଇଥିଲେ ମଧ୍ୟ ଫ୍ୟାନ୍ ମାନେ ମହେନ୍ଦ୍ର ସିଂ ଧୋନୀଙ୍କ ପୁରୁଣା ରୂପ ଦେଖିବାକୁ ପାଇଥିଲେ । ଧୋନୀ ଶେଷ ଓଭରର ଶେଷ ତିନୋଟି ବଲରେ ହାଟ୍ରିକ୍ ଛକା ଲଗାଇଥିଲେ ।

ଧୋନୀ ବହୁ ବିଳମ୍ବରେ ବ୍ୟାଟିଂ ପାଇଁ ଆସିଥିଲେ । ସେ ଆରମ୍ଭରୁ ଧିମା ଖେଳିଥିଲେ । କିନ୍ତୁ ଶେଷରେ ତାଙ୍କ ବ୍ୟାଟ୍ ଗର୍ଜିଥିଲା । ସେ ୧୭ ବଲ୍‌ରୁ ଅପରାଜିତ ୨୯ ରନ୍ କରିଥିଲେ । ଏହି ଇନିଂସରେ ସେ ୩ଟି ଆକର୍ଷଣୀୟ ଛକା ମାରିଥିଲେ । ସେ ଲଗାଇଥିବା ଦ୍ୱିତୀୟ ଛକା ୯୨ ମିଟର୍ ଥିଲା । ଯାହା ଷ୍ଟାଡିୟମ ବାହାରେ ରାସ୍ତାରେ ଯାଇ ପଡିଥିଲା । ଏହାପର ଛକା ଆହୁରି ଆକର୍ଷଣୀୟ ଥିଲା । ଏଥିରେ ବଲ୍ ଷ୍ଟାଡିୟମ୍ ଓ ରାସ୍ତା ଅତିକ୍ରମ କରି ଗାଡିରେ ଯାଇ ବାଜିଥିଲା । ଗାଡି ନିକଟରେ ଥିବା ଜଣେ ବ୍ୟକ୍ତି ବଲ୍‌କୁ ନିଜ ପାଖରେ ରଖିଥିଲେ । ଏହାର ଭିଡିଓ ଆଇପିଏଲ ଟ୍ୱିଟ୍‌ରେ ପୋଷ୍ଟ ହୋଇଛି ।

ଚେନ୍ନାଇ ବିରୋଧରେ ରାଜସ୍ଥାନ ୟୁଏଇରେ ସର୍ବାଧିକ ସ୍କୋର କରିଥିଲା । ଦଳ ୨୦୧୬ ରନ୍ କରିଥିଲା । ସଞ୍ଜୁ ସାମସନ୍ ୧୯ ବଲରୁ ଅର୍ଧଶତକ ସହ ବିସ୍ଫୋରକ ୬୯ ରନ୍ କରିଥିଲେ । ଚେନ୍ନାଇ ପକ୍ଷରୁ ଫାପ୍ ଡୁପ୍ଲେସିସ୍ ୩୭ ବଲ୍‌ରୁ ୭୨ ରନ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ ।

   Related Posts