ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର

Published By : Prameya-News7 Bureau | December 07, 2021 IST

କଣ୍ଟାବାଞ୍ଜି, ୦୭/୧୨:   ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ । ଏହି ହାତୀ ପଲରେ ୩୦ରୁ ଉର୍ଦ୍ଧ୍ୱ ହାତୀ ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

 ହାତୀ ମାନେ ତୁରେକେଲା ବ୍ଲକର ମହାଖଣ୍ଡ, ସାଲେମୁଂଡଗା, ବଗବାହାଲ, ବଡ଼ବାଙ୍କୀ, ମୁରିବାହାଲ, ପଣ୍ଡରେନ ସହ ଆଖ ପାଖ ଗାଁରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ପଖନମୁଣ୍ଡା  ଗାଁରେ ଧାନ ଚାଷ ନଷ୍ଟ କରିବା ସହ ଜଣେ ଦୁଇ ଜଣଙ୍କ ଛପର ଘର ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡିଛି । ଦୀର୍ଘ ଦେଢ଼ ମାସ ହେଲା ଏହି ହାତୀପଲ ଏହି ସବୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । କଣ୍ଟାବାଞ୍ଜି ବନ ବିଭାଗ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.