ବିଲରେ ପଡିଛି ଦନ୍ତାହାତୀର ମୃତଦେହ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 20, 2021 IST

ଢେଙ୍କାନାଳ ୨୦।୦୭: ଦନ୍ତାହାତୀରେ ମୃତଦେହ ଠାବ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବମ୍ଫା ସେକ୍ସନରୁ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି।

ଖବର ଅନୁଯାୟୀ,  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବମ୍ପା ସେକ୍ସନ ଅଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଠେଙ୍ଗା ଗ୍ରାମ ନିକଟସ୍ଥ ବିଲମାଳରେ ଦନ୍ତା ହାତୀଟି ମରି ପଡିଥିବା ଦେଖିବାକୁ ମିଳିଛି । ଖବର ପାଇ ହିନ୍ଦୋଳ ବନାଞ୍ଚଳର କର୍ମଚାରୀ ମାନେ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରିଛନ୍ତି । ହାତୀଟି ଏକ ଦନ୍ତା ହାତୀ ଓ ତାର ବୟସ ୮ରୁ ୧୦ବର୍ଷ ହେବ ବୋଲି ଅନୁମାନ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ହାତୀ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ । ବନ ବିଭାଗ ପକ୍ଷରୁ ହାତୀର ଶବ ବ୍ୟବଚ୍ଛେଦ କରାଯାଇ ଯାଞ୍ଚ କରାଯାଉଛି ।

ସେହିପରି ଗତ କିଛିଦିନ ହେଲା ଏହି ଅଞ୍ଚଳରେ ହାତୀ ପଲ ରହିଛନ୍ତି । ମାତ୍ର ଉକ୍ତ ଦନ୍ତା ହାତୀଟି ଏହି ହାତୀ ପଲରୁ ବାହାରି ଏହି ବିଲମାଲକୁ ଆସିଥିବା ସୂଚନା ମିଳିଛି । ଯାହାଫଳରେ ହାତୀଟି କୌଣସି ରୋଗାକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.